ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଥାନା ପରିସରରୁ ପୁଲିସକୁ ଚଖମା ଦେଇ ଅଭିଯୁକ୍ତ ଫେରାର। ପୁରୀ ବାସେଳୀ ସାହି ଥାନାରେ ଘଟିଛି ଏଭଳି ଘଟଣା। ଚମ୍ପଟ ମାରିଥିବା ଅଭିଯୁକ୍ତ ଜଣଙ୍କ ହେଲେ ବାବୁନା ଭୋଇ। ତେବେ ଗତ ୧୩ ତାରିଖ ଦିନ ବାବୁନାଙ୍କୁ ଗିରଫ କରିଥିଲା ପୋଲିସ।
ମିଳିଥିବା ସୂଚନା ଅନୁସାରେ, ଗତ ୧୩ ତାରିଖ ଦିନ ଏକ ପୁରୁଣା ମାମଲାରେ ଅଭିଯୁକ୍ତ ବାବୁନା ଭୋଇକୁ ବାସେଳୀ ସାହି ଥାନା ପୋଲିସ ଗିରଫ କରି ଥାନାରେ ରଖିଥିଲା। ତେବେ ୧୪ ତାରିଖ ରାତିରେ ଅଭିଯୁକ୍ତ ସୁଯୋଗ ଦେଖି ଥାନାରେ କାଯ୍ୟରତ ପୁଲିସ ଅଧିକାରୀଙ୍କୁ ଧକ୍କା ମାରି ଫେରାର ହୋଇଯାଇଥିଲେ I ପୁଲିସ ଅଧିକାରୀ ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଅନ୍ୟ ଏକ ମାମଲା ରୁଜୁ କରିଛନ୍ତି I ତେବେ ପୂର୍ବରୁ ଅନ୍ୟ ଥାନାରୁ ମଧ୍ୟ ଅଭିଯୁକ୍ତ ଚମ୍ପଟ ମାରି ଫେରାର ହୋଇଥିବା ନଜିର ରହିଛି। ଏବେ ପୁଣି ଏହି ଘଟଣାର ପୁନରାବୃତ୍ତି ହେବାପରେ ପୁରୀ ସହରବାସୀ ପୋଲିସର କାଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
