ଢେଙ୍କାନାଳରେ ଯୋଡାଶିଶୁ ଗଙ୍ଗା-ଜମୁନା

ସତ୍ୟପାଠ ବ୍ୟୁରୋ : ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆ ସୁସ୍ଥ ହୋଇ ଦିଲ୍ଲୀରୁ ନଫେରୁଣୁ ପୁଣି ଓଡ଼ିଶାରେ ଜନ୍ମ ନେଇଛନ୍ତି ଯୋଡ଼ା ଯାଆଁଳା ଶିଶୁ । ଢେଙ୍କାନାଳରେ ଜନ୍ମ ନେଇଛନ୍ତି ଜାଆଁଳା ଶିଶୁ କନ୍ୟା । ଏମାନଙ୍କର ଛାତିରୁ ପେଟ ଲାଗି ରହିଛି ।

ଢେଙ୍କାନାଳ ପର୍ଜଙ୍ଗ ଖାଲପାଳର ମହିଳା ରେଣୁବାଳା ବେହେରାଙ୍କର ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆମ୍ବୁଲାନ୍ସରେ ଢେଙ୍କାନାଳ ହସ୍ପିଟାଲ  ଅଣାଯାଇଥିଲା । ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଯେଉଁଥିରେ ଏହି ଯୋଡା ଶିଶୁ ଜନ୍ମ ନେଇଥିଲେ । ଶିଶୁ ଦ୍ବୟଙ୍କ ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା ।ଦୁଇ ଶିଶୁଙ୍କୁ ଅବସ୍ଥା ସ୍ଥିର ରହିଛି । ଉଭୟଙ୍କ ଓଜନ ୪ କେଜୁ ୩ ଶହ ଗ୍ରାମ ରହିଛି । ଢେଙ୍କାନାଳରୁ ସେମାନଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି ।

Related Posts