ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ଗ୍ରୀସର କ୍ରେଟେ ଦ୍ୱିପ

ଏଥେନ୍ସ: ଗ୍ରୀସର କ୍ରେଟେ ଦ୍ୱିପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ମପାଯାଇଛି। ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୁନାମୀ ଆଶଙ୍କା ଦେଖାଦେଇଛି। ଏହା ସମୁଦ୍ର ଜଳରାଶିକୁ ଅଶାନ୍ତ କରିପାରେ। ସୁନାମୀ ଆସିପାରେ ବୋଲି ପାଣିପାଗ ବିଜ୍ଞାନୀ ଆଶଙ୍କା କରିଛନ୍ତି। ଏଥିପାଇଁ ଉପକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ ରହିବା ସହିତ ତଟବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ଭାବେ ଚାଲିଯିବାକୁ ସତର୍କ ସୂଚନା ଜାରି କରାଯାଇଛି।

ସୋମବାର ସ୍ଥାନୀୟ ସମୟ ଅନୁସାର ଦିପ୍ରହର ୧.୨୫ରେ ଗ୍ରୀସ ସାଇଟିଆର ଉତ୍ତର-ପୂର୍ବରରେ ୬୦ କିମି(୩୭ ମାଇଲ୍) ଭୂମିକମ୍ପ ହୋଇଥିଲା। ଇରୋପିଆନ ମେଡିଟେରେନିୟନ ସେସମୋଲୋଜିକାଲ ସେଣ୍ଟର(EMSC)ର ସୂଚନା ଅନୁସାରେ ଏହା ୮୦ କିମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା। ଏନେଇ EMSC ସମୁଦ୍ରକୂଳିଆ ଲୋକଙ୍କୁ ଉଚ୍ଚାସ୍ଥାନକୁ ଚାଲିଯିବାକୁ ଟ୍ୱିଟ୍ କରି ସତର୍କ କରାଯାଇଛି।

ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଗ୍ରୀସଠାରୁ ବହୁ ଦୂରରେ ଥିବା ଉତ୍ତର ଆଫ୍ରିକାରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଛି। ତେବେ କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ଭୂମିକମ୍ପରେ ମୋବାଇଲ୍‌ ନେଟୱର୍କ ସମସ୍ୟା ଦେଖାଦେଇଥିବା ସୂଚନା ମିଳିଛି।

Related Posts