ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ବୋମ୍ମଇ ଅନୁସୂଚିତ ଜାତି ଓ ଜନଜାତି ସମୁଦାୟର କଲ୍ୟାଣ ପାଇଁ କିଛି କରିନଥିବା କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଦେଶର ସର୍ବପୁରାତନ ଦଳ ବିଜେପିର ସୁନାମୀରେ ଅଦୃଶ୍ୟ ହୋଇଯିବ। ବିଜେପି ଏସଟି ମୋର୍ଚ୍ଚା ତରଫରୁ ଆୟୋଜିତ ଏକ ରାଲିରେ ସମ୍ବୋଧନ ସମୟରେ ଏମିତି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ୍ ସବକା ବିକାଶ, ସବକା ବିଶ୍ବାସ ଏବଂ ସବକା ପ୍ରୟାସର ପଥକୁ ଅନୁସରଣ କରୁଛି ବିଜେପି। ଏହାଦ୍ବାରା ପ୍ରଧାନମନ୍ତ୍ରୀ ମୋଦି ସବୁ ସଂପ୍ରଦାୟକୁ ସମାନ ନ୍ୟାୟ ଦେଇଛନ୍ତି। ଏହା ଅଧୀନରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣ ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଏହାଦ୍ବାରା ଏସସି କୋଟା ୧୫ ପ୍ରତିଶତରୁ ୧୭ ପ୍ରତିଶତ ଏବଂ ଏସଟି ସଂରକ୍ଷଣ ୩ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ବୋମ୍ମଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।

ବୋମ୍ମଇ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସୋନିଆ ବଲ୍ଲାରୀ ଲୋକସଭା ଆସନରୁ ଜିତିଥିଲେ ଏବଂ ସେ ଏହି ଆସନ ପାଇଁ ୩୦୦୦ କୋଟିରର ପ୍ୟାକେଜ୍ ଘୋଷଣା କରିଥିଲେ କିନ୍ତୁ ତିନି ପଇସା ବି ଦେଇନଥିଲେ। ସେ ବଲ୍ଳାରୀର ଜନସାଧାରଣଙ୍କୁ ଠକିଛନ୍ତି। ଆଗାମୀ ନିର୍ବାଚନରେ ବଲ୍ଳାରୀ ଜନତା ଏହାର ଜବାବ ଦେବେ। ଦେଶର ସବୁଠାରୁ ପୁରୁଣା ଦଳ ବିଜେପି ସୁନାମୀରେ ଅଦୃଶ୍ୟ ହୋଇଯିବ। ସେ ଆହୁରି କହିଥିଲେ ବିଜେପି ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟ ପାଇଁ ଅନେକ, ସାମାଜିକ, ଅର୍ଥନୀତିକ ପଦକ୍ଷେପ ନେଇଛି।

ସେ ଆହୁରି ଅଭିଯୋଗ କରିଥିଲେ ଯେ, କଂଗ୍ରେସ ବିଗତ ୬୦ ବର୍ଷ ଶାସନ କରିଥିଲା। ସେ କେବଳ ଅନୁସୂଚିତ ଜାତି ଓ ଜନଜାତି ସମୁଦାୟର କଲ୍ୟାଣ ବିଷୟରେ କହିଥିଲା କିନ୍ତୁ କୌଣସି କାମ କରିନଥିଲା। କଂଗ୍ରେସ ଅନୁସୂଚିତ ଜାତି ଓ ଜନଜାତି ସମୁଦାୟକୁ କେବଳ ଭୋଟ୍ ବ୍ୟାଙ୍କ୍ ଭଳି ବ୍ୟବହାର କରିଛି ବୋଲି ବୋମ୍ମଇ କହିଛନ୍ତି।