ନୂଆଦିଲ୍ଲୀ : ସୋନାଲି ଫୋଗାଟ ହତ୍ୟା ମାମଲାର ତଦନ୍ତ ଭାର ସିବିଆଇ ସମ୍ଭାଳିଥିବା ବେଳେ, ଏନେଇ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରି ସାରିଛି । ଗୋଆର କର୍ଲିଜ ବାରରେ ସନ୍ଦିଗ୍ଧ ଅବସ୍ଥାରେ ସୋନାଲିଙ୍କର ମୃତ୍ୟୁ ହୋଇଥିଲା । ସାନାଲିଙ୍କ ପିଏ ସୁଧିର ସାଙ୍ଗୱାନ ଓ ସୁଖବିନ୍ଦରଙ୍କ ଉପରେ ଜବରଦସ୍ତ ଡ୍ରଗ୍ସ ଦେଇ ହତ୍ୟା କରିଥିବା ଅଭିଯୋଗ ଆସିଛି । ସୋନାଲି ହତ୍ୟା ମାମଲାରେ ଏମାନଙ୍କୁ ସେହି ସମୟରେ ଗିରଫ କରାଯାଇଥିଲା । ଏବେ ସିବିଆଇ ଦୁଇ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରି ଦେଇଛି । ଏହି ସୂଚନା ସିବିଆଇ ସୂତ୍ରରୁ ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମାପୁସାରେ ନ୍ୟାୟିକ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ସହ ସମକକ୍ଷ ଅଭିଯୁକ୍ତ ପତ୍ର ଦାଖଲ କରାଯାଇଛି ।
ଏହି ମାମଲାରେ ଗିରଫ ହୋଇଥିବା ସାଙ୍ଗୱାନ ଓ ସୁଖବିନ୍ଦରଙ୍କୁ କୋଲୱାଲ ଜେଲ ଭିତରେ ପଚରାଉଚରା କରାଯାଇଛି । ସିବିଆଇ ଗୋଆ ପୋଲିସର ତଥ୍ୟକୁ ବି ଯାଞ୍ଚ କରଛି, ଯାହା ୫୦୦ ପୃଷ୍ଠାରୁ ଅଧିକ । ଏଥିରେ ସାକ୍ଷିଙ୍କ ବୟାନବି ଉଲ୍ଲେଖ କରାଯାଇଛି । ସିବିଆଇ କର୍ଲିର ଅପରାଧ ସ୍ଥଳକୁ ଯାଇ ପୁଣିଥରେ ସିନ ରିକ୍ରିଏଟ କରାଯାଇଛି, ଯେଉଁଠାରେ ଫୋଗାଟଙ୍କୁ ଡ୍ରଗ୍ସ ଦିଆଯାଇଥିଲା ।
