ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ଥାୟୀ ପୌର ନିର୍ବାହୀ ଅଧିକାରୀ ନିଯୁକ୍ତି ଦାବିରେ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷ ଓ କାଉନସିଲରଙ୍କ ପ୍ରତିବାଦ। ପୌର ପରିଷଦ କାର୍ଯ୍ୟାଳୟକୁ ତାଲା ପକାଇ କଲେ ବିକ୍ଷୋଭ ପ୍ରଦର୍ଶନ। ଏନେଇ ପୌରଦକ୍ଷା କନକ ମହାନ୍ତି କହିଛନ୍ତି ଯେ, ପୂର୍ବାହ୍ନ ୧୧ ଟାରେ ପୌର ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହେଇଥିଲା, ଏଥି ପାଇଁ ସମସ୍ତ କାଉନସିଲମାନେ ନିର୍ଦ୍ଧାରିତ ସମୟରେ ଉପାସ୍ଥିତ ହେଇଥଲେ।ହେଲେ ବିଧାୟକ ଜିତୁ ମିତ୍ର ଓ କାଉନସିଲରମାନେ ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଅଫିସକୁ ଆସିନଥିଲେ।
ଏହି ପ୍ରତିବାଦ ସେମାନେ ପୌର ପରିଷଦ ଅଫିସ୍ ସମ୍ମୁଖରେ ଗେଟ୍ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହ ଏଠାରେ ଦୀର୍ଘ ଅଢେଇ ବର୍ଷ ହେବ ସ୍ଥାୟୀ ଅଧିକାରୀ ନଥିବା ଫଳରେ ପୌର ପରିଷଦ ଉନୟନମୂଳକ ମୂଳକ କାର୍ଯ୍ୟରେ ବାଧା ହେଉଥିବା ଅଭିଯୋଗ ଆଣି ରାଜ୍ୟ ସରକାର ତୁରନ୍ତ ସମସ୍ୟା ସମାଧାନ କରିବାକୁ ପୌରାଧ୍ୟକ୍ଷା ଦାବି କରିଛନ୍ତି। ଏହି ବିକ୍ଷୋଭରେ କାଉନସିଲ ଅନିଲ ରାମ, ଦିଲୀପ ପରିବା ଓ ପ୍ରବୀଣ ଜଗଦେବ ପ୍ରମୁଖ ସାମିଲ ହୋଇଥିଲେ।
