ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଯେତେ ପ୍ରକାରର ଟ୍ରାଫିକ ନିୟମ ଲାଗୁ କଲେ ମଧ୍ୟ ଅଧିକାଂଶ ଗାଡ଼ି ମାଲିକ ଏହାକୁ ବେଖାତିର କରୁଥିବା ଦେଖାଯାଉଛି । ତେବେ ଏଥିପାଇଁ ରାଜ୍ୟ ପରିବହନ ବିଭାଗ ଏକ ନୂଆ ଯୋଜନା ଲାଗୁ କରିବାକୁ ଯାଉଛି । ଏଣିକି ଅବୈଧ ଯାନ ଗୁଡ଼ିକୁ ଇ-ଡିଟେକ୍ସନ ମାଧ୍ୟମରେ ଚିହ୍ନଟ କରାଯିବ ।ଏଥିପାଇଁ ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ କରାଯାଉଥିବା ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଯେଉଁ ଯାନଗୁଡ଼ିକର ଡକ୍ୟୁମେଣ୍ଟ ଅପଡେଟ୍ ନଥିବ ସେଗୁଡ଼ିକୁ ଇ-ଡିଟେକ୍ସନ ଦ୍ୱାରା ଧରାଯିବ । ଆସନ୍ତା ବର୍ଷ ଜାନୁଆରୀ ମାସ ୧ ତାରିଖରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ । ଯେଉଁମାନଙ୍କର ଡକ୍ୟୁମେଣ୍ଟ ବୈଧ ନଥିବ ସେମାନଙ୍କ ନିକଟକୁ ଇ-ଚାଲାଣ ପଠାଯିବ । ଫାଷ୍ଟଟ୍ୟାଗ ଓ ଟୋଲଗେଟମାନଙ୍କରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରି ଚାଲାଣ କଟାଯିବ ବୋଲି ସୂଚନା ମିଳିଛି ।
