ବ୍ରହ୍ମପୁର ଏମ୍‌କେସିଜିରେ ଏମ୍‌ବିବିଏସ୍‌ ଶେଷ ବର୍ଷର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ହାଉସ୍‌ ସର୍ଜନ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲ୍ ଓ କଲେଜରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏମ୍‌କେସିଜିର ଜଣେ ଶେଷ ବର୍ଷର ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ନେଇ ବୈଦ୍ୟନାଥପୁର ଥାନା ପୁଲିସ ଜଣେ ହାଉସ ସର୍ଜନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଡା. ସୁପନ କୁମାର ପାଢ଼ୀ। ସେ ଜଣେ ଏମ୍‌ବିବିଏସ୍‌ ଶେଷ ବର୍ଷର ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ସର୍ବସାଧାରଣରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏନେଇ ବ୍ରହ୍ମପୁର ଏସ୍‌ପି ଶରବଣା ବିବେକ୍‌ ଏମ୍‌ କହିଛନ୍ତି ଯେ, ଏମ୍‌କେସିଜିର ୨୨ ବର୍ଷୀୟ ଏମ୍‌ବିବିଏସ୍‌ ଶେଷବର୍ଷର ଛାତ୍ରୀ ହାଉସ ସର୍ଜନ ଡା ସୁପନ କୁମାର ପାଢ଼ୀଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ଆଣିଛନ୍ତି। ହାଉସ ସର୍ଜନ ସଂପୃକ୍ତ ଛାତ୍ରୀଙ୍କୁ ଅସଦାଚରଣ ଓ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଗାଲରେ କ୍ଷତ ଚିହ୍ନ ରହିଛି। ଛାତ୍ରୀଙ୍କୁ ମେଡିକାଲ ପରୀକ୍ଷା କରାଯାଇଥିବା ବେଳେ ହାଉସ ସର୍ଜନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

Related Posts