ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ କପ୍ତିପଦା ତହସିଲର ଜଙ୍ଗଲ ଜମି ବଣ୍ଟନ ସହାୟକ

ଉଦଳା : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଜଙ୍ଗଲ ଜମି ବଣ୍ଟନ ସହାୟକ। କପ୍ତିପଦା ତହସିଲର ଜଙ୍ଗଲ ଜମି ବଣ୍ଟନ ସହାୟକଙ୍କୁ ଗିରଫ କଲା ଭିଜିଲାନ୍ସ। ବିବେକାନନ୍ଦ ଜେନା ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ କାବୁ କରିଛି। ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା କରାଇ ଦେବାକୁ ସେ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଏନେଇ ଯୁବକ ଜଣକ ବାଲେଶ୍ୱର ଭିଜିଲାନ୍ସ ବିଭାଗରେ ଜଣାଇଇଥିଲେ।

ବୁଧବାର ସେହି ଲାଞ୍ଚ ଟଙ୍କା ଦେବାକୁ ବୀରେନ୍ଦ୍ର ସିଂ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କାର୍ଯ୍ୟାଳୟରେ ଏଫଆରଏଙ୍କୁ ଟଙ୍କା ଦେବାପରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ବିଭାଗ ତାଙ୍କୁ ମାଡ଼ି ବସିଥିଲା। ତାଙ୍କ ପାଖରୁ କେମିକାଲ ରଙ୍ଗ ବୋଳା ଟଙ୍କା ଜବତ କରିଥିଲା ଭିଜିଲାନ୍ସ ବିଭାଗ। ଏହା ସହିତ କାର୍ଯ୍ୟାଳୟରେ ସମସ୍ତ ଦସ୍ତାବିଜ ମଧ୍ୟ ଯାଞ୍ଚ କରିଛି ଭିଜିଲାନ୍ସ ବିଭାଗ। ଏହା ସହିତ ସମ୍ପୃକ୍ତ ଅଧିକାରୀଙ୍କୁ ଭିଜିଲାନ୍ସ ବିଭାଗ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି।

Related Posts