ନୂଆଦିଲ୍ଳୀ: ଜାମା ମସ୍‌ଜିଦ୍‌ ମସ୍କ ମ୍ୟାନେଜ୍‌ମେଣ୍ଟ୍‌ କମିଟି ମସ୍‌ଜିଦ୍‌ ଭିତରକୁ ମହିଳାଙ୍କ ପ୍ରବେଶ କୁ ନେଇ ନୋଟିସ ଜାରୀ କରିଛନ୍ତି । କମିଟି ପକ୍ଷରୁ କୁହାଯାଇଛି ଯେ ଜଣେ କିମ୍ବା ଦଳେ ମହିଳା ବିନା ପୁରୁଷରେ ମସ୍‌ଜିଦ୍‌ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମହିଳାମାନେ ନିଜ ସାଙ୍ଗରେ ପରିବାରର କେହି ଜଣେ ପରୁଷଙ୍କୁ ଧରି ଆସିବାକୁ ବାଧ୍ୟତାମୂଳକ କରାଯାଇଛି।

ଜାମା ମସ୍‌ଜିଦ୍‌ ଭିତରକୁ ମହିଳାମାନଙ୍କୁ ଯିବାର ଅନୁମତି ଉପରେ ଏହି ସର୍ତ୍ତ ଜାରି କରିଛି ମସ୍‌ଜିଦ୍‌ ପ୍ରଶାସନ। ଏହାକୁ ନେଇ ଏକ ନୋଟିସ୍‌ ବି ଜାରି କରାଯାଇଛି। ନୋଟିସ୍‌ରେ ଲେଖାଯାଇଛି ଯେ ଜାମା ମସ୍‌ଜିଦ୍‌ରେ ଯୁବତୀ କିମ୍ବା ମହିଳାଙ୍କୁ ଏକା ଯିବା ମନା। ଦିଲ୍ଳୀର ଜାମା ମସ୍‌ଜିଦ୍‌ ଦ୍ବାରରେ ଏହି ନୋଟିସ୍‌ ଲଗାଯାଇଛି। ଏହା ସହ ନୋଟିସ୍‌ରେ projmd2000@gamail.com ମେଲ୍‌ ଆଇଡି ବି ଲେଖାଯାଇଛି।

ମସ୍‌ଜିଦ୍‌ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ମସ୍‌ଜିଦ୍‌ର ପିଆର୍‌ଓ କହିଛନ୍ତି ଯେ ‘ଯୁବତୀ କିମ୍ବା ମହିଳା ଏକାକୀ ଆସିଲେ ବହୁ ଭୁଲ୍‌ କାମ ହେଉଛି। ମସ୍‌ଜିଦ୍‌ ସାମ୍ନାରେ ସେମାନେ ଭିଡିଓ ବନାଇ ଭାଇରାଲ୍‌ କରୁଛନ୍ତି। ମସ୍‌ଜିଦ୍‌ର ଶୃଙ୍ଖଳା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି।’

ସେ ଆହୁରି ବି କହିଛନ୍ତି ଯେ ପରିବାର ସଦସ୍ୟଙ୍କ ସଅ ଆସିବାରେ କୌଣସି ଅସୁବିଧା ନାହିଁ। ମାତ୍ର ଏହାକୁ ସାକ୍ଷାତ୍‌ସ୍ଥଳୀ ବନାଇବା, ପାର୍କ ବୋଲି ଭାବିବା, ଟିକ୍‌ଟକ୍‌ ଭିଡିଓ ବନାଇବା, ନୃତ୍ୟ ପ୍ରଦର୍ଶନ କରିବା କୌଣସି ବି ଧର୍ମସ୍ଥଳୀ ପାଇଁ ଉଚିତ ନୁହେଁ। ମସ୍‌ଜିଦ୍‌ର ମାନ ପୂର୍ବ ପରି ବଜାୟ ରଖିବା ପାଇଁ ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି