ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଆଜି ପ୍ରଚାରରେ ସାମିଲ ହୋଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଙ୍କ ପାଇଁ ଭୋଟ ମାଗିବା ସହିତ ରାଜ୍ୟ ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, କାଲି ଜାଗା ଦିଅନ୍ତୁ ପଅରଦିନ କାମ ଆରମ୍ଭ ହେବ। ବରଗଡ଼ରୁ ନୂଆପଡ଼ା ଭାୟା ପଦ୍ମପୁର ରେଳଲାଇନ୍ ପ୍ରସଙ୍ଗକୁ ନେଇ ଏକଥା କହିଛନ୍ତି ଅଶ୍ବିନୀ ବୈଷ୍ଣବ।
ପଦ୍ମପୁର ଉପନିର୍ବାଚନ ଲାଗି ପାଇକମାଳରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ପ୍ରଚାର ଲାଗି ଆସିଛନ୍ତି।ଏକ ନିର୍ବାଚନୀ ସଭାରେ ଅଶ୍ବିନୀ ବୈଷ୍ଣବ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁ ଓ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଲୋକଙ୍କୁ ମିଛ କହୁଛନ୍ତି। ରାଜ୍ୟ ସରକାର ଜାଗା ଯୋଗାଇ ଦେଉ ନଥିବାରୁ ବରଗଡ଼-ନୂଆପଡ଼ା (ଭାୟା ପଦ୍ମପୁର) ରେଳଲାଇନ୍ କାମ ଆରମ୍ଭ ହୋଇପାରୁନାହିଁ। କାଲି ଜାଗା ଦିଅନ୍ତୁ, ପଅରଦିନ କାମ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସଂକଲ୍ପକୁ ପୁରା କରିବେ। ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ରେଳବାଇ ପାଇଁ ପ୍ରଧାନମନ୍ତ୍ରୀ ଦେଇଛନ୍ତି। ଏହି ଅବସରରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିଜୟୀ କରାଇବାକୁ ନିବେଦନ କରିଛନ୍ତି। ପ୍ରଦୀପଙ୍କୁ ଜିତାଇଲେ ଭୁବନେଶ୍ୱରରେ ଆପଣଙ୍କ ସ୍ୱର ଶୁଭିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
ପଦ୍ମପୁର ଉପନିର୍ବାଚନ ଲାଗି ପାଇକମାଳରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ପ୍ରଚାରକୁ ଓହ୍ଲାଇଛନ୍ତି। ସଭାସ୍ଥଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଉପସ୍ଥିତ ଅଛନ୍ତି।





