ମୁମ୍ବାଇ: ମହାରାଷ୍ଟ୍ରରେ ଘଟିଛି ଏକ ବଡ଼ ଦୁର୍ଘଟଣା । ରେଲଓ୍ବେ ଫୁଟ୍ ଓଭର ବ୍ରିଜ ଭୁସୁଡ଼ିପଡ଼ିଛି। ଫଳରେ ୬୦ଫୁଟ୍ ଉଚ୍ଚରୁ ରେଳ ଧାରଣା ଉପରେ ଖସିପଡ଼ିଲେ ଲୋକ । ଦୁର୍ଘଟଣାରେ ୮ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି ।

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । କିଛି ଯାତ୍ରୀ ବ୍ରିଜ୍ ତଳେ ଚାପି ହୋଇ ରହିଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ବଲ୍ଲାରଶାହା ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟଛି । ଟ୍ରେନ୍ ଧରିବାକୁ ୧ ନମ୍ବର ପ୍ଲାଟଫର୍ମରୁ ୪ ନମ୍ବର ପ୍ଲାଟଫର୍ମକୁ ଯାତ୍ରୀ ଯାଉଥିବାବେଳେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ପ୍ରାୟ ୬୦ ଫୁଟ୍‌ ଉଚ୍ଚରୁ ଧାରଣା ଉପରେ ଖସିପଡ଼ିଛନ୍ତି ଲୋକ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 8ଜଣ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଛି ଯାତ୍ରୀ ବ୍ରିଜ୍ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି । ପୋଲିସ ଓ ଉଦ୍ଧାରକାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।