ଭୁବନେଶ୍ବର:ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାକୁ ନେଇ ଇଡି ଘନଘନ ଜେରା କରୁଥିବା ବେଳେ, ଇଡିର ଏହି ଜେରାର ପ୍ରତ୍ୟେକ ଦିନ ହାଜର ହେଉଛନ୍ତି ବହୁ ନେତା, ବ୍ୟବସାୟୀ । ଆଜି(ଶୁକ୍ରବାର) ସକାଳେ ଦ୍ବିତୀୟ ଥର ପାଇଁ ସିନେ ପ୍ରଯୋଜକ ପ୍ରମୋଦ ସ୍ବାଇଁ ହାଜର ହୋଇଥିବା ବେଳେ ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି ଜମି ବ୍ୟବସାୟୀ ପ୍ରଭାତ ରଞ୍ଜନ ପତି । ଆଜି ଇଡିରେ ହାଜର ହେବା ପାଇଁ ପ୍ରଭାତଙ୍କୁ ସମନ ଜାରି କରିଥିଲା ଇଡି ।
ଆଜି ଜମିମାଲିକ ପ୍ରଭାତ ରଞ୍ଜନ ପତିଙ୍କ ଠାରୁ ଅର୍ଚ୍ଚନା ରହୁଥିବା ଆଲିଶାନ ବଙ୍ଗଳାର ସତ ଓଗାଳିପାରେ ଇଡି । ଆର୍ଥିକ କାରବାରର ଲିଙ୍କ ପାଇଁ ଇଡି କରିଥିଲା ସମନ୍ । ଅର୍ଚ୍ଚନା ତିଆରି କରିଥିବା ଆଲିଶାନ ଘରର ଜମିର ମାଲିକ ଖୋଲିବେ ଜମି କିଣାବିକାର ଗୁମର । ଅର୍ଚ୍ଚନାଙ୍କୁ କିଭଳି ଜମି ବିକ୍ରି କରିଥିଲେ ? ଜମି ପାଇଁ କେତେ ଟଙ୍କା ନେଇଥିଲେ ? ଟଙ୍କା କାରବାର କିପରି ହୋଇଥିଲା ? ନା ଏହା ପଛରେ ଜଣେ ହାଇ ପ୍ରୋଫାଇଲ୍ ବ୍ୟକ୍ତି ଅଛନ୍ତି ଯିଏ ଅର୍ଚ୍ଚନାଙ୍କ ପାଇଁ ଦେଇଥିଲେ ଜମି ଗିଫ୍ଟ ? ଏନେଇ ଅର୍ଚ୍ଚନା ଲିଙ୍କରେ ଜମି ମାଲିକକୁ ଇଡିର ପଚରାଉଚରା ପରେ ସାମ୍ନାକୁ ଆସିବ ସତ
