ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦୁଝରରେ ଗୋରୁ ମାଫିଆଙ୍କ ଦୌରାତ୍ମ୍ୟା । ଏସ୍‌ଟିଏଫ୍‌ ଉପରକୁ କଲେ ଗୁଳିମାଡ଼ । କେନ୍ଦୁଝର ଜିଲ୍ଲା ଯୋଡିଆ ଘାଟିରେ ଘଟିଛି ଏହି ଘଟଣା । ତେବେ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଦେଇ ପ୍ରତ୍ୟେକ ଦିନ ସଂଖ୍ୟାଧିକ ବେଆଇନ ଗୋରୁ ଚାଲାଣ ହେଉଥିବାବେଳେ ଖବରପାଇ ଭୁବନେଶ୍ୱରରୁ ଏକ ଏସଟିଏଫ୍ ଟିମ ଟାଉନ ଥାନା ସହଯୋଗରେ ଚଢାଉ କରିଥିଲା। ଏସଟିଏଫ ଟିମରେ ଜଣେ ଡ଼ିଏସପି ଏବଂ ୩ ଜଣ ଇନିସ୍ପପେକ୍ଟର ଏବଂ ୧୫ ଜଣ ପୋଲିସ ସାମିଲ ଥିଲେ । ତେବେ ୫ଟି ଗୋରୁ ବୋଝେଇ କଣ୍ଟେନର ଗାଡିକୁ ଏସ୍କର୍ଟ କରି ନେଉଥିବା ସମୟରେ ପୋଲିସ ଉପରେ ଗୁଳିମାଡ଼ ହୋଇଛି । ଯାହାଫଳରେ ଗୋରୁ ମାଫିଆ ମନେ ୩ଟି କଣ୍ଟେନର ନେଇ ଫେରାରେ ହେବାର ସଫଳ ହୋଇଛନ୍ତି । ହେଲେ ଏସ୍‌ଟିଏଫ୍‌ ୨ଟି କଣ୍ଟେନରକୁ ଜବତ କରିଛି । ଏହା ସହ କଣ୍ଟେନର ଦୁଇଟିର ଡ୍ରାଇଭର ୨ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ ।

ତେବେ ଘଟଣାରେ କେତେ ଜଣେ ଆହତ ହୋଇଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏପିରିକି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗୋରୁ ଚାଲାଣ ସମୟରେ କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି,ଟାଉନ, ସଦର, ତୁରୁମୁଙ୍ଗା ସହ ଅନ୍ୟାନ୍ୟ ବହୁ ଥାନା ପଡୁଥିବା ସତ୍ତ୍ୱେ ଗୋରୁ ବେପାରିମାନେ କିପରି ପୋଲିସ ଆଖିରେ ଧୂଳି ଦେଇ ବେଆଇନ ଗୋରୁ ଚାଲାଣ କରିପାରୁଛନ୍ତି ସେନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।