ଚିଟଫଣ୍ଡ ତଦନ୍ତ କମିଶନଙ୍କ ୭ମ ଅନ୍ତରୀଣ ରିପୋର୍ଟ ଦାଖଲ

ସତ୍ୟପାଠ ବ୍ୟୁରୋ : ଚିଟଫଣ୍ଡ ତଦନ୍ତ କମିଶନଙ୍କ ୭ମ ଅନ୍ତରୀଣ ରିପୋର୍ଟ ଦାଖଲ ହୋଇଛି। ତଦନ୍ତ କରୁଥିବା ଜଷ୍ଟିସ ଏମ ଏମ ଦାସ କମିଶନଙ୍କ ସଚିବ ରାଜ୍ୟ ଗୃହ ବିଭାଗରେ ରିପୋର୍ଟ ଦାଖଲ କରିଛନ୍ତି। ଏହି ୭ମ ରିପୋର୍ଟରେ ୧ଲକ୍ଷ ୩୬ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି।

 

ସୂଚନାଯୋଗ୍ୟ ଏଯାଏ ମୋଟ ୪ଲକ୍ଷ ୯୭ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି। ମୋଟ ୪୨୧ ଟି କମ୍ପାନୀ ଚିହ୍ନଟ ହୋଇଥିବା ବେଳେ ୨୧୭ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି।

Related Posts