ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଣିକି ମୋ ବସ୍ ରେ ମାଗଣା ଯାତ୍ରା କରିବେ ଦିବ୍ୟାଙ୍ଗ ଯାତ୍ରୀ । ମୋ ବସ୍ରେ ଦୃଷ୍ଟିହୀନ, ମାନସିକ ଭିନ୍ନକ୍ଷମ ଯାତ୍ରୀଙ୍କୁ ଯାତ୍ରା ପାଇଁ ଆଉ ଦେବାକୁ ପଡ଼ିବ ନାହିଁ ଦେୟ । ତେବେ ଯଦି ସେମାନଙ୍କ ସହ ତାଙ୍କର କୌଣସି ପରିବାର ଲୋକ ଯାତ୍ରା କରୁଥିବେ, ତେବେ ପରିବାର ଲୋକଙ୍କ ପାଇଁ ମଧ୍ୟ ୫୦ ପ୍ରତିଶତ ଟିକଟ ଫ୍ରି ରହିବ । ସେହିପରି ଏଡ୍ସ ଅନ୍ୟ ଦିବ୍ୟାଙ୍ଗ ଯାତ୍ରୀ ମାନଙ୍କ ପାଇଁ ମଧ୍ୟ ଟିକେଟ ଫ୍ରି କରାଯାଇଛି । ଏନେଇ କ୍ରୁଟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ତେବେ ସହରରେ ଯାତ୍ରା କରୁଥିବା ଦିବ୍ୟାଙ୍ଗ ଯାତ୍ରୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏପରି କି ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷିତ ସିଟ୍କୁ ସାଧାରଣ ଯାତ୍ରୀମାନେ ବ୍ୟବହାର କରୁଛନ୍ତି । ଫଳରେ ଦିବ୍ୟାଙ୍ଗ ଯାତ୍ରୀ ଠିଆ ହୋଇ ଯାତ୍ରା କରୁଥିବା ନେଇ ମଧ୍ୟ ଅନେକ ଦିନରୁ ଅଭିଯୋଗ ଆସୁଛି । ଏସବୁକୁ ଦୃଷ୍ଟିରେ ରଖି କ୍ରୁଟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
