ମୈନପୁରୀ ଉପନିର୍ବାଚନ; ଏକତରଫା ବିଜୟ ହାସଲ କଲେ ଡିମ୍ପଲ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପାରମ୍ପରିକ ଆସନ ମୈନପୁରୀ ଆସନରେ ବାଜିମାତ କରିଛନ୍ତି ବୋହୂ ଡିମ୍ପଲ ଯାଦବ। ମୁଲାୟମଙ୍କ ଦେହାନ୍ତ ପରେ ଏହି ଲୋକସଭା ଆସନରେ ଉପ ନିର୍ବାଚନ ହୋଇଥିଲା। ଏଠାରେ ସମାଜବାଦୀ ପାର୍ଟି ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲଙ୍କୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ସମାଜବାଦୀ ପାର୍ଟିର ପାରମ୍ପରିକ ଆସନରେ ଦମଦାର ପ୍ରଦର୍ଶନ କରି ଏକତରଫା ବିଜୟ ହାସଲ କରିଛନ୍ତି।

ଡିମ୍ପଲଙ୍କ ବିରୋଧରେ ବିଜେପି ରଘୁରାଜ ସିଂହ ଶକାୟାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ମୈନପୁର ଉପ ନିର୍ବାଚନରେ ତାଙ୍କର ପ୍ରଭାବ ଆଦୌ ପଡ଼ି ନାହିଁ। ଏହି ଉପ ନିର୍ବାଚନରଆ ଡିମ୍ପଲ ଯାଦବ ମୋଟ ୬,୧୮,୧୨୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ଭୋଟ ଶେୟାର ୬୪.୦୮% ରହିଛି। ସେହିପରି ରଘୁରାଜ କେବଳ ୩୪.୧୮% ଭୋଟ ସହ ୩,୨୯,୬୫୯ ଖଣ୍ଡ ଭୋଟ ପାଇଛନ୍ତି। ଏହାର ଅର୍ଥ ୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଡିମ୍ପଲ ଜିତିଛନ୍ତି।

ଏମାନଙ୍କ ବ୍ୟତୀତ ଭାରତୀୟ କୃଷକ ଦଳର ପ୍ରମୋଦ କୁମାର ଯାଦବ ୩,୮୦୧, ଆରଏସଏସପିର ଭୂପେନ୍ଦର କୁମାର ଧାଙ୍ଗର ୨୧୩୭, ସ୍ୱାଧୀନ ପ୍ରାର୍ଥୀ ସୁରେଶ ଚନ୍ଦ୍ର ୨୩୦୩, ସ୍ୱାଧୀନ ପ୍ରାର୍ଥୀ ସୁଷମା ଦେବୀ ୨୪୦୯ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ନୋଟାରେ ୬,୧୨୫ ଭୋଟ ପଡ଼ିଛି। ଏହାର ଅର୍ଥ ସ୍ୱାଧୀନ ଓ ଅନ୍ୟାନ୍ୟ ରାଜନୀତିକ ଦଳଗୁଡ଼ିକ ତୁଳନାରେ ନୋଟରେ ଅଧିକ ଲୋକ ଭୋଟ ଦେଇଛନ୍ତି।

Related Posts