ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁରରେ ବଡ ବିଜୟ ପରେ, ବିଜୟୀ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସହ କଥା ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫୋନ୍ ଯୋଗେ ବର୍ଷାଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ପଦ୍ମପୁର ଉପ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ବଡ ବିଜୟ ହାସଲ କରିଛି ।ବିଜେପି ପ୍ରାର୍ଥୀଙ୍କୁ ବହୁ ଭୋଟରେ ହରାଇଛି ବିଜେଡି । ପ୍ରଦୀପ ପୁରୋହିତଙ୍କୁ ନିର୍ବାଚନରେ ୭୮ ହଜାର ୧୨୮ ଖଣ୍ଡ ଭୋଟ୍ ମିଳିଥିବାବେଳେ, ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ମିଳିଛି ୧ ଲକ୍ଷ ୨୦ ହଜାରରୁ ଅଧିକ ଭୋଟ୍ । ଫଳରେ ଉପ ନିର୍ବାଚନରେ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ବର୍ଷା ସିଂ ବରିହା ।