ୱାସିଂଟନ୍‌: ଆମେରିକାର ରୁଷ୍‌ ଓ ଚୀନ୍‌ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ ଆମେରିକା ନୂଆ କଟକଣା ଜାରି କରିବାକୁ ଯୋଜନା କରୁଛି । ଗୁରୁବାର ଦିନ ଦୁଇଜଣ ଆମେରିକୀୟ ସରକାରୀ ଅଧିକାରୀ କହିଥିବା କଥା ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି।

ୟୁକ୍ରେନ୍‌ ଯୁଦ୍ଧରେ ଇରାନୀୟ ଡ୍ରୋନ୍‌ ପ୍ରୟୋଗ କରିଥିବାରୁ ମସ୍କୋପ୍ରତି ଶାସ୍ତିବିଧାନ ଲାଗି ମଧ୍ୟ ଏହି କଟକଣାରେ ବ୍ୟବସ୍ଥା ଥିବା କଥା ସେମାନେ ସୂଚନା ଦେଇଛନ୍ତି।

ସେମାନେ କହିଛନ୍ତି ଯେ, ୧୭୦ଟି ଚୀନା ସଙ୍ଗଠନ ଉପରେ ବି ଏହି କଟକଣା ଲାଗୁ କରାଯିବ। ଏହାର କାରଣ ଦର୍ଶାଇବାକୁ ଯାଇ ସେମାନେ କହିଛନ୍ତି ଯେ, ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଉପରୋକ୍ତ ସଙ୍ଗଠନ ସବୁ ବେଆଇନ ଭାବେ ମାଛ ମାରୁଛନ୍ତି ବୋଲି ୱାସିଂଟନ୍‌ ବିଚାର କରୁଛି। ଏହାଛଡ଼ା, ଚୀନ୍‌ ସେ ଅଞ୍ଚଳରେ ମାତ୍ରାଧିକ ମାଛ ମାରିବା ସହିତ ବେଜିଙ୍ଗ୍‌ ସାମୁଦ୍ରିକ ପ୍ରଭାବ ବିସ୍ତାର କରିବା ଲାଗି ଅଧିକରୁ ଅଧିକ ମାଛଧରା ପ‌ୋତ ମୁତୟନ କରୁଛି ବୋଲି ଅନ୍ୟ ରାଷ୍ଟ୍ରମାନେ ଚିନ୍ତିତ ଅଛନ୍ତି।

ଉପରୋକ୍ତ କଟକଣାଗୁଡ଼ିକ ମଧ୍ୟରୁ ଅନେକ ‘ଗ୍ଲୋବାଲ୍‌ ମ୍ୟାଗ୍‌ନିତ୍‌ସ୍କି ଆକ୍ଟ’ ଅନ୍ତର୍ଗତ। ମାନବ ଅଧିକାର ଉଲ୍ଲଂଘନକାରୀ ବୋଲି ବିଚାର କରି ୨୦୧୬ର ଏହି ଆଇନ ବଳରେ ଆମେରିକା ସରକାର ବିଶ୍ବବ୍ୟାପୀ ବିଦେଶୀ ସରକାରୀ ଅଧିକାରୀମାନଙ୍କ ଉପରେ କଟକଣା ଜାରି କରିପାରିବେ। ସେମାନଙ୍କ ପ୍ରତି ଆମେରିକା ପ୍ରବେଶ ନିଷେଧାଜ୍ଞା ଜାରି କରିବା ସହିତ ସେମାନଙ୍କ ସମ୍ପତ୍ତି ‘ଫ୍ରିଜ୍‌’ କରିପାରି‌ବେ।

ଏହାଛଡ଼ା, ୟୁକ୍ରେନ୍‌ ବିରୁଦ୍ଧରେ ପ୍ରୟୋଗ ପାଇଁ ରୁଷ୍‌କୁ ସାମରିକ ଡ୍ରୋନ୍‌ ରପ୍ତାନି କରୁଥିବାରୁ ଆମେରିକା ଇରାନ୍‌କୁ ନିନ୍ଦା କରିଛି। ହ୍ବାଇଟ୍‌ ହାଉସ୍‌ ନ୍ୟାସ୍‌ନାଲ୍‌ ସିକ୍ୟୁରିଟି କାଉନ୍‌ସିଲ୍‌ର ମୁଖପାତ୍ର ଜନ୍‌ କିର୍ବି ବୁଧବାର ଦିନ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ରୁଷ୍‌କୁ ନିରବଚ୍ଛିନ୍ନ ଭାବେ ଇରାନୀୟ ଡ୍ରୋନ୍‌ ଯୋଗଣ ବିଷୟରେ ଯୁକ୍ତରାଷ୍ଟ୍ର ଆମେରିକା ଅବଗତ ଅଛି