ପଟ୍ଟନାଇକିଆ ଟ୍ରିପଲ ମର୍ଡର ଘଟଣାରେ ମାଷ୍ଟମାଇଣ୍ଡ ସହ ୬ ଗିରଫ

ସତ୍ୟପାଠ ବ୍ୟୁରୋ : ପୁରୀ ପଟ୍ଟନାଇକିଆ ଛକରେ ଟ୍ରିପଲ ମର୍ଡର ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୁଲିସ । ଏମାନଙ୍କ ଭିତରେ ମାଷ୍ଟର ମାଇଣ୍ଡ ମଧ୍ୟ ରହିଛି । ଗିରଫ ନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ।

ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ସୋମବାର ଠାରୁ ୪ଜଣଙ୍କୁ ଅଟକ ରଖିଥିଲା ପୁଲିସ । ସେମାନଙ୍କୁ ଅଲଗା ଅଲଗା ସ୍ଥାନରେ ଜେରା କରାଯାଉଥିଲା । ପର୍ଯ୍ୟାକ୍ରମେ ଜେରା ବେଳେ ଦୀର୍ଘଦିନର ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି । ଏହାକୁ ଭିତ୍ତି କରି ମାଷ୍ଟର ମାଇଣ୍ଡ ସହ ୬ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ସୂଚନାଯୋଗ୍ୟ, ପଟ୍ଟାନାଇକିଆ ଛକରେ ତିନି ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ ଦୃର୍ବୁତ୍ତ । ଏହାକୁ ନେଇ ଅଭିଯୁକ୍ତଙ୍କ ଘର ମଧ୍ୟ ଜାଳି ଦିଆଯାଇଥିଲା । ଦୀର୍ଘ ସମୟ ଧରି ସେଠାରେ ଚାପ ଉତ୍ତେଜନା ସୃଷ୍ଟି ହେବା ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ଟାର୍ଗେଟ କରି ସରକାରଙ୍କୁ ଗୃହରେ ଘେରିଥିଲେ ବିରୋଧୀ । ତେବେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଆଜି ବିଧାନସଭାରେ ବିବୃତ୍ତି ରଖିବାକୁ ବାଚସ୍ପତି ରୁଲିଂ ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ପୂର୍ବରୁ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଦର୍ଶାଇଛି ପୁଲିସ ।

Related Posts