ଭୁବନେଶ୍ୱର,୧୨/୧୨(ସତ୍ୟପାଠ ବ୍ୟୁରୋ): ଅଡୁଆରେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର । ଇଡିର ସମନ୍ ପାଇବା ପରେ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଚର୍ଚ୍ଚିତ। ରିଟାର୍ଡ ଆଇଏଫଏସ ଅଭୟ ପାଠକଙ୍କ ସହ ଆର୍ଥିକ କାରବାର ଲିଙ୍କରେ ଚର୍ଚ୍ଚିତ ହାଜର ହୋଇଥିବା ସୂଚନା ମିଳିଛି। ଅଭୟ ପାଠକ କିଣିଥିବା ବିଏମଡବ୍ଲ୍ୟୁ ଗାଡି କିଣା ପାଇଁ ହୋଇଥିବା ଆର୍ଥିକ କାରବାର ମାମଲାରେ ଚର୍ଚ୍ଚିତଙ୍କୁ ଇଡି ସମନ୍ ଜାରି କରିଥିବା ଜଣାପଡିଛି। ତେବେ ଆଜି ଇଡିରେ ଚର୍ଚ୍ଚିତଙ୍କ ସହ ତାଙ୍କ ଓକିଲ ମଧ୍ୟ ଉପସ୍ଥିତି ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଟାଟାରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଅଡୁଆରେ ଆସିଥିଲେ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ। ସେହିପରି ଆକାଶଙ୍କ ଆର୍ଥିକ କାରବାରରୁ ବାପା ଅଭୟ ପାଠକଙ୍କ ଆର୍ଥିକ କାରବାରର ଖୋଳତାଡ କରୁଛି ଇଡି। ଅଭୟ ପାଠକଙ୍କ ନାଁରେ କିଣା ଯାଇଥିବା ବିଏମଡବ୍ଲୁ ଚର୍ଚ୍ଚିତ ମିଶ୍ରଙ୍କ ଥିବା ବିଏମଡବ୍ଲୁ ପ୍ରେଷ୍ଟିଜ ସୋ ରୁମରୁ କିଣାଯାଇଥିଲା ଗାଡି। ଯାହାକୁ ନେଇ ଗାଡି ବାବଦରେ କିପରି ହୋଇଥିଲା ଆର୍ଥିକ କାରବାର ଏହା ପଛରେ କିଭଳି ହୋଇଥିଲା ପେମେଣ୍ଟ। ସେ ନେଇ ସମସ୍ତ ଦିଗକୁ ନେଇ ଯାଞ୍ଚ କରୁଛନ୍ତି ଇଡି ଅଧିକାରୀ ।