ସୁକେଶ ଚନ୍ଦ୍ରଶେଖର ମାମଲା; ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ନୋରା ଫତେହୀ

ଭୁବନେଶ୍ୱର,୧୨/୧୨ (ସତ୍ୟପାଠ ବ୍ୟୁରୋ): ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ଜଡିତ ୨୧୫ କୋଟି ମନି ଲଣ୍ଡ୍ରିଂ ମାମଲାରେ ଏବେ ଏକ ନୂଆ ମୋଡରେ ପହଞ୍ଚିଛି । ଏହି ମାମଲାରେ ବଲିଉଡର ଦୁଇଜଣ ଅଭିନେତ୍ରୀ ଏବେ ମୁହାଁମୁହିଁ ହୋଇଛନ୍ତି । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା ନୋରା ଫତେହୀ ଦିଲ୍ଲୀ କୋର୍ଟରେ ଜ୍ୟାକଲିନ ଓ ଅନେକ ମିଡିଆ କମ୍ପାନୀ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି ।

ନୋରା ଅଭିଯୋଗ ଆଣିଛନ୍ତି ଯେ, ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ୨୧୫ କୋଟି ମନି ଲଣ୍ଡ୍ରିଂ ମାମଲାରେ ତାଙ୍କ ନାମକୁ ଜବରଦସ୍ତ ଯୋଡା ଯାଉଛି । ସେ କହିଛନ୍ତି କି ମୋର ସୁକେଶ ସହିତ କୌଣସି ସିଧାସଳଖ ସଂପର୍କ ନାହିଁ । ସେ ସୁକେଶଙ୍କ ପତ୍ନୀ ଲୀନା ମାରିଆଙ୍କ ସହାୟତାରେ ସୁକେଶଙ୍କୁ ଜାଣିଥିଲେ । ନୋରା କହିଛନ୍ତି କି ସେ ସୁକେଶଙ୍କ ଠାରୁ କୌଣସି ଉପହାର ନେଇ ନାହାଁନ୍ତି । ସେପଟେ ମିଡିଆରେ ଏଭଳି କଥା ପ୍ରଚାର ହେବା ଫଳରେ ତାଙ୍କ ମର୍ଯ୍ୟଦା ନଷ୍ଟ ହେଉଥିବା କଥା ସେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ସୁକେଶ ଚନ୍ଦ୍ରଶେଖରଙ୍କ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟଙ୍କ ଟାର୍ଗେଟରେ ଉଭୟ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଡିଜ ରହିଛନ୍ତି । ଏନେଇ ଇଡି ତରଫରୁ ଉଭୟଙ୍କୁ ଅନେକଥର ଜେରା କରାଗଲାଣି । ନୋରା ଫତେହୀଙ୍କ ଉପରେ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ଅନେକ ଦାମୀ ଉପହାର ନେଇଥିବା ଅଭିଯୋଗ ରହିଛି ।

Related Posts