ଆଇସିସି ମାଷ୍ଟର ବ୍ଲାଷ୍ଟରଙ୍କୁ ହଲ ଅଫ ଫେମରେ ସାମିଲ କରିଛି । ଲଣ୍ଡନରେ ହେଉଥିବା ଏକ ସମାବେଶରେ ସଚିନଙ୍କ ବ୍ୟତୀତ ସାଉଥ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଏଲନ ଡୋନାଲ୍ଡ ଏବଂ ଅଷ୍ଟ୍ରେଲିଆର ମହିଳା ବୋଲର କ୍ୟାଥେରିନଙ୍କୁ ଏହି ସମ୍ମାନ ଦେଇଛି ।  ସଚ୍ଚିନ ଏହି ସମ୍ମାନ ପାଇବାରେ ଷଷ୍ଠ ଭାରତୀୟ ହୋଇଛନ୍ତି । ଏହା ପୂର୍ବରୁ ବିଶନ ସିଂହ ବେଦୀ, କପିଲ ଦେବ, ସୁନୀଲ ଗାଭାସ୍ପର, ଅନିଲ କୁମ୍ବଲେ ଏବଂ ରାହୁଲ ଦ୍ରାବିଡଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଥିଲା ।