ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୧୦ ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାସିସ ହାଜରା ଏହି ସୂଚନା ଦେଇଛନ୍ତି । ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ, ମଧ୍ୟମା ଓ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ମାର୍ଚ୍ଚ ୧୦ରୁ ୧୭ ମଧ୍ୟରେ ହେବ ।
ସେହିପରି ନବମ ଶ୍ରେଣୀ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି । ଫେବୃୟାରୀ ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ନବମ ଶ୍ରେଣୀ ପରୀକ୍ଷା ହେବ । ଏହାସହିତ ଫେବୃୟାରୀ ୨୨ରୁ ୨୮ ପର୍ଯ୍ୟନ୍ତ ନବମ ପରୀକ୍ଷା ଖାତା ମୂଲ୍ୟାୟନ ହେବ ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ୨ଟି ପର୍ଯ୍ୟାୟରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେଉଛି। ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ୧ ଓ ୨ ମାଧ୍ୟମରେ ଏବର୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପୂର୍ବରୁ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହୋଇ ଏହାର ମୂଲ୍ୟାୟନ ଶେଷ ହୋଇଥିବା ବେଳେ ମାର୍ଚ୍ଚ ୧୦ରୁ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ହେବ।
