ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ପୁରୀରୁ ଜଳେଶ୍ଵର ଯାଉଥିବା ଏକ ପସେଞ୍ଜର ଟ୍ରେନ୍ ଆଜି ଅପରାହ୍ନରେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଛି। ଭୁବନେଶ୍ବର ମୁଖ୍ୟ ଷ୍ଟେସନ୍ରେ ଟ୍ରେନ ପହଞ୍ଚିବା ପୂର୍ବରୁ ଅର୍ଥାତ ରାଜମହଲ ଓଭର ବିଜ୍ ନିକଟରେ ଟ୍ରେନ୍ରେ ଅଘଟଣ ଘଟିଛି। ତେବେ ଏହି ଅଘଟଣ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ରାଜମହଲ ଓଭର ବ୍ରିଜ୍ ଦେଇ ଯାଉଥିବା ସମୟରେ ପାସେଞ୍ଜର ଟ୍ରେନ୍ ଉପରେ କେବୁଲ ତାର ପଡ଼ି ବଡଧରଣର ଶବ୍ଦ ହୋଇଥିଲା। ଏହାସହିତ ଆଖପାଖ ଅଂଚଳରେ ନିଆଁ ଲାଗିଯାଇଥିଲା। ତେବେ ଟ୍ରେନ୍ରେ କୌଣସି ବିଶେଷ କ୍ଷତି ଘଟିନଥିଲା। କେବୁଲ୍ କାମରେ ଅବହେଳା ଯୋଗୁ ଏମିତି ଅଘଟଣ ଘଟିଥିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି।
ତେବେ ପ୍ରାୟ ୪୫ ମିନିଟ ଧରି ଦୁଇଟି ଟ୍ରେନ ଅଟକିଥିଲା। ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ଘଟିନାହିଁ। ଖାଲି ସେତିକି ନୁହଁ ପାଖ ଫାଳିକା ବଜାର ବସ୍ତିରେ ଜଣଙ୍କ ଘରକୁ ସାମାନ୍ୟ କ୍ଷତି ପହଂଚିଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।
