ଭୁବନେଶ୍ୱର,୨୭/୧(ସତ୍ୟପାଠ ବ୍ୟୁରୋ): ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ରସରକାର ପଦ୍ମ ବିଭୂଷଣ ସମ୍ମାନ ପାଇଁ ଘୋଷଣା କରିଛନ୍ତି। ମରୋଣତ୍ତର ଭାବେ ତାଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନିତ କରାଯାଇଛି। କିନ୍ତୁ କେନ୍ଦ୍ର ସରକାକରଙ୍କ ପକ୍ଷରୁ ପ୍ରଦାନ କରାଯାଥିବା ଏହି ସମ୍ମାନକୁ କିନ୍ତୁ ସମାଜବାଦୀ ପାର୍ଟି ନେତାଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ସପା ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କେନ୍ଦ୍ରର ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାସହିତ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ମୁଲାୟମ ସିଂହ ଯାଦବଙ୍କୁ ପଦ୍ମବିଭୂଷଣ ଉପହାର ଦେଇ ତାଙ୍କ ପ୍ରତି ଅପାମାନ କରିଛନ୍ତି । ମୁଲାୟମ ସିଂହ ଯାଦବଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଷ୍ଟ୍ର ପାଇଁ ମୁଲାୟମ ସିଂହଙ୍କକ ଅବଦାନ ଅତୁଳଳନୀୟ। କେନ୍ଦ୍ର ସରକାର ଯଦି ତାଙ୍କୁ ସମ୍ମାନିତ କରିବାକୁ ଚାହୁଁଛନ୍ତି ତେବେ ନେତାଜୀଙ୍କୁ ଭାରତରତ୍ନରେ ସମ୍ମାନିତ କାରିପାରିଥାନ୍ତେ ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ସ୍ୱର୍ଗତଃ ମୁଲାୟମ ସିଂ ଯାଦବ, ଜାକିର ହୁସେନଙ୍କୁ ମଧ୍ୟ ପଦ୍ମ ବିଭୂଷଣ ଦିଆଯାଇଛି । ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ । ୧୯୫୪ ମସିହାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ । କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ ଏବଂ ସାମାଜିକ କାର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ ।





