ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ଅକ୍ଟୋବାର ୩୦ ତାରିଖ ୨୦୨୨ରେ ଗୁଜୁରାଟର ମୋରବିରେ ହୋଇଥିବା ଭୟଙ୍କର ଝୁଲାପୋଲ ଦୁର୍ଘଟଣା ମାମଲାରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ପ୍ରାଥମିକ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଥିବା କୁହାଯାଉଛି। ତବେ ରିପୋର୍ଟରେ କୁହାଯାଇଛି ଯେ ମୋରବିରେ ବ୍ରିଜ ଭାଙ୍ଗିବା ପୂର୍ବରୁ ସେତୁରେ ବନ୍ଧା ହୋଇଥିବା ୨୨ଟି ତାର କଳଙ୍କି ଲାଗି ଛିଣ୍ଡି ଯାଇଥିଲା।
ଏସଆଇଟି ଏହାର ଅନୁସନ୍ଧାନରେ ମଧ୍ୟ ଜାଣିବାକୁ ପାଇଛି ଯେ, ବ୍ରିଜର ନବୀକରଣ କାର୍ଯ୍ୟ ସମୟରେ ପୁରୁଣା ସସ୍ପେଣ୍ଡର (ପ୍ଲାଟଫର୍ମ ଡେକ୍ ସହିତ କେବୁଲ ବା ତାରକୁ ସଂଯୋଗ କରୁଥିବା ଷ୍ଟିଲ୍ ରଡ୍) ନୂତନ ସସପେଣ୍ଡର ସହିତ ଓ୍ବେଲ୍ଡିଂ କରାଯାଇଥିଲା। ଯାହାର ପ୍ରଭାବ ସସପେଣ୍ଟର ଉପରେ ପଡ଼ିଥିଲା। ଏହି ପରି ଭାବରେ ସେତୁଗୁଡ଼ିକରେ ଭାର ବହନ କରିବା ପାଇଁ ଏକକ ରଡ୍ ସସପେଣ୍ଡର ରହିବା ଉଚିତ୍।
ଏସଆଇଟିର ପ୍ରାଥମିକ ତଦନ୍ତରୁ ମିଳିଥିବା ରିପୋର୍ଟ ମୁତାବକ, ପୋଲର ଅଧାରୁ ଅଧିକ କେବୁଲ ବା ତାରରେ ଜଙ୍କ୍ ଲାଗିଥିବା ବେଳେ ପୂରୁଣା ସସପେଣ୍ଡରକୁ ନୂଆ ସହିତ ଓ୍ବେଲଡିଂ କରାଯାଇଛି। ଫଳରେ ଏହିପରି ଏକ ଦୁର୍ଘଟଣାର ସାମ୍ନା କରିବାକୁ ପରିଡ଼ିଥିଲା। ସୂଚନାଥାଉକି ଘଟଣାରେ ୧୩୫ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ମାଚ୍ଛୁ ନଦୀରେ ହୋଇଥିବା
ବ୍ରିଟିଶ ଅମଳର ଏହି ପୋଲର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଅଜନ୍ତା ମାନୁଫ୍ୟାକ୍ଚର ଲିମିଟେଡ୍ (ଓରେଭା ଗ୍ରୁପ୍) ଦାୟିତ୍ବୀରେ ଥିଲା। ଏହାର ରିପୋର୍ଟରେ ବ୍ରିଜର ମରାମତି, ରକ୍ଷଣାବେକ୍ଷଣ ଏବଂ କାର୍ଯ୍ୟରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି। ଆଇଏଏସ୍ ଅଧିକାରୀ ରାଜକୁମାର ବେନିୱାଲ, ଆଇପିଏସ୍ ଅଧିକାରୀ ସୁଭାଷ ତ୍ରିବେଦୀ, ରାଜ୍ୟ ସଡକ ଓ ନିର୍ମାଣ ବିଭାଗର ସଚିବ ତଥା ମୁଖ୍ୟ ଇଞ୍ଜିନିୟର ଏବଂ ଷ୍ଟ୍ରକଚରାଲ୍ ଇଞ୍ଜିନିୟରିଂର ଜଣେ ପ୍ରଫେସର ଏସଆଇଟିର ସଦସ୍ୟ ଥିଲେ।
ଏସଆଇଟି ଜାଣିବାକୁ ପାଇଥିଲା ଯେ ୧୮୮୭ ମସିହାରେ ତତ୍କାଳୀନ ଶାସକମାନଙ୍କ ଦ୍ବାରା ନିର୍ମିତ ମଚ୍ଛୁ ନଦୀ ଉପରେ ଥିବା ବ୍ରିଜର ଦୁଇଟି ମୁଖ୍ୟ କେବୁଲ ମଧ୍ୟରୁ ଗୋଟିଏରେ ଜଙ୍କ୍ ଦେଖାଦେଇଥିଲା ଏବଂ ଅଘଟଣ ପୂର୍ବରୁ ପ୍ରାୟ ଅଧା ତାର ଛିଣ୍ଡି ଯାଇଥିଲା। ଏସଆଇଟି ଅନୁଯାୟୀ, ବ୍ରିଜର ମୁଖ୍ୟ କେବୁଲ ଉପରମୁଣ୍ଡ ଭାଙ୍ଗି ଯାଇଥିଲା, ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା।





