ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ପ୍ରେସମିଟ କରି ମୁଖ୍ୟମନ୍ତ୍ରୀଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ଜୟନାରାୟଣ। କହିଛନ୍ତି ଯେ, ଗୃହରେ ଆଇନଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସୀମା ବିବାଦ ଓ ରାଜ୍ୟ ବଜଟେର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି । କିନ୍ତୁ ଗୃହର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଛାଡି ମୁଖ୍ୟମନ୍ତ୍ରୀ ମୁମ୍ବାଇ ଯିବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତାରେ ବିଧାନସଭା ନା ପ୍ରାୟୋଜିତ ପୁରସ୍କାର ଗ୍ରହଣ ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ମାନସପୁତ୍ରଙ୍କ ଇମେଜ୍ ଠିକ୍ କରିବାକୁ ମୁମ୍ବାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ନବ ଦାସ ହତ୍ୟାକାଣ୍ଡ ପରେ ତାଙ୍କ ଛବି ବିଗିଡିଛି । ସେଥିପାଇଁ ମୁମ୍ବାଇ ଯାଇ ପ୍ରୟୋଜିତ ପୁରସ୍କାର ଗ୍ରହଣ କରିଛନ୍ତି। କ୍ରୀଡା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ହେଲେ ଖେଳରେ ଓଡିଶା ପଛୁଆ ରାଜ୍ୟ । ହକିରେ ରାଜ୍ୟରୁ ୨ ଜଣ ଖେଳାଳିଙ୍କୁ ଛାଡିଦେଲେ ବାକି ଖେଳରେ ଓଡ଼ିଶାର ସ୍ଥିତି ପୁରା ଖରାପ ରହିଛି । ବିଧାନସଭାରେ ଆଇନ ଶୃଙ୍ଖଳା ପ୍ରସଙ୍ଗ ଆଲୋଚନା ବେଳେ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ନାହାନ୍ତି । ନିଜ ବିଭାଗର ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀଙ୍କର ସମୟ ନାହିଁ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କର ଗଣତନ୍ତ୍ର ପାଇଁ ଅନୁପସ୍ଥିତି ଶୁଭଙ୍କର ନୁହେଁ କହିଛନ୍ତି ଜୟନାରାୟଣ ମିଶ୍ର ।





