କାଶ୍ମୀର ସ୍ଥିତି ସ୍ପଷ୍ଟ କରନ୍ତୁ ସରକାର

ସତ୍ୟପାଠ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରରେ କଣ ହେଉଛି? କାହିଁକି ପର୍ଯ୍ୟଟକ ଖାଲି କରିବାକୁ କୁହାଯାଉଛି? କାହିଁକି ଅମରନାଥ ଯାତ୍ରାରୁ ଶ୍ରଦ୍ଧାଳୁଙ୍କୁ ରୋକାଯାଉଛି ? ବାସ୍ତବିକ କାଶ୍ମୀରରେ କିଛି ବଡ ଧରଣର ସାମ୍ବିଧାନିକ ପରିବର୍ତ୍ତନ କରାଇବାକୁ ଚାହୁଁଛନ୍ତି କି କେନ୍ଦ୍ର ସରକାର ?

ଏଭଳି ଅନେକ ପ୍ରଶ୍ନ ଜାମ୍ମୁ ଓ କାଶ୍ମୀର ବାସୀଙ୍କ ମନରେ ଆନ୍ଦୋଳିତ ହେଉଥିବା ବେଳେ ରାଜନେତା ବି ଏଥିରୁ ବାଦ ପଡି ନାହାଁନ୍ତି । ନ୍ୟାସନାଲ କନଫରେନ୍ସ ମୁଖ୍ୟ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧୀମାନେ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟରେ ଅତିରିକ୍ତ ସୁରକ୍ଷାବଳ ମୁତୟନ ପରେ ଲୋକେ ଆତଙ୍କିତ ହୋଇ ପଡିଥିବା ସେମାନେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ସରକାର ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

ତେବେ ଅମରନାଥ ଯାତ୍ରାରେ ଆତଙ୍କବାଦି ଆକ୍ରମଣ ହେବାର ସମ୍ଭାବନା ରହିଛି । ନିୟନ୍ତ୍ରଣରେଖା ନିକଟରେ ପାକିସ୍ତାନ ପକ୍ଷରୁ ଗୋଳାବର୍ଷଣ ଜାରୀ ରହିଛି । ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା କରିବାକୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି । ତେବେ ରାଜ୍ୟର ସାମ୍ବିଧାନିକ ସ୍ଥିତି ପରିବର୍ତ୍ତନ ନେଇ କୌଣସି ସୂଚନା ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ରାଜ୍ୟପାଳ ।

Related Posts