ଆଲବମ୍ ଅଭିନେତ୍ରୀ ରୁଚିସ୍ମିତାଙ୍କ ଆତ୍ମହତ୍ୟା, ମାମୁଁ ଘରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୨୭/୩ (ସତ୍ୟପାଠ ବ୍ୟୁରୋ): ଜଣାଶୁଣା ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଆତ୍ମହତ୍ୟା। ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ବଲାଙ୍ଗୀର ସହର ସୁଦପଡ଼ାସ୍ଥିତ ତାଙ୍କ ମାମୁଘରୁ ରବିବାର ଉଦ୍ଧାର କରାଯାଇଛି। ଏହି ଘଟଣା ବଲାଙ୍ଗୀର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ଏକ କୋଠରିରେ ରୁଚିସ୍ମିତା ଝୁଲି ପଡ଼ିଥିବା ସମ୍ପର୍କରେ ମାମୁଘର ଲୋକେ ପୁଲିସକୁ ଖବର ଦେଇଥିଲେ।

ଖବର ପାଇବା ପରେ ବଲାଙ୍ଗିର ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ରୁଚିସ୍ମିତା କାହିଁକି ଏଭଳି ଚରମ ନିଷ୍ପତ୍ତି ଗ୍ରହଣ କଲେ ତାହା ଜଣା ପଡ଼ିନଥିବା ବେଳେ ସେ ଆତ୍ମହତ୍ୟା କରିବା ପୁର୍ବରୁ ଆଳୁ ପରଟା ପାଇଁ ତାଙ୍କ ମା ଙ୍କ ସହ ବଚସା ହୋଇଥିବା କୁହାଯାଉଛି। ତେବେ ଏତେ ଛୋଟ ଘଟଣା ପାଇଁ ସେ ଆତ୍ମହତ୍ୟା କରିଥିବା ସାଧାରଣରେ ଗ୍ରହଣ ଯୋଗ୍ୟ ହୋଇ ପାରୁନଥିବା ବେଳେ ପୁଲିସ ଘଟଣାର ଛାନ୍ ଭିନ ଆରମ୍ଭ କରିଛି ।

ତେବେ ମୃତଦେହ ଉଦ୍ଧାର ବେଳେ ତାଙ୍କ ବେକରେ ବ୍ଲୁଟୁଥ୍‌ ଲାଗି ରହିଥିବା ଦେଖିବାକୁ ମିଳିଥିଲା। ସେ ସମୟରେ ସେ କାହା ସହ କଥା ହେଉଥିଲେ କି ନାହିଁ ତାହା ଜଣାପଡ଼ିନାହିଁ। ତେବେ ତାଙ୍କ ଘର ବଲାଙ୍ଗିର ସହରର ତାଲପାଲିପଡ଼ାରେ ହୋଇଥିବାବେଳେ ଗତକାଲି ସେ ମାମୁଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ କାହିଁକି ସୁଇସାଇଡ୍‌ କଲେ ସେନେଇ ଅଧିକ ଖୋଳତାଡ ଚଳାଇଛି ବଲାଙ୍ଗିର ଟାଉନ ଥାନା ପୋଲିସ ।

ତେବେ ରୁଚିସ୍ମିତା ଜଣେ ସମ୍ବଲପୁର ଆଲବମ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ । ରଙ୍ଗବତୀ ଏଗେନ ଗୀତରେ ଅଭିନୟ କରି ଚର୍ଚ୍ଚାକୁ ରୁଚିସ୍ମିତା ଆସିଥିଲେ । ଏଥିସହ ଅନେକ ଆଲବମ୍‌ରେ ସେ ଗୀତ ବି ଗାଇଛନ୍ତି । ସମ୍ବଲପୁରୀ ଆଲବମ୍‌ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରୁଚିସ୍ମିତାଙ୍କ ହଠାତ୍ ଆତ୍ମହତ୍ୟା ଖବର ତାଙ୍କ ପ୍ରଶଂସକ ମହଲରେ ଶୋକ ର ଛାୟା ଖେଳାଇ ଦେଇଛି ।

Related Posts