ଭୁବନେଶ୍ୱର,୨୭/୩ (ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦ୍ୟସତା ରଦ୍ଦ ପ୍ରସଙ୍ଗରେ ଆଜି ବିଧାନସଭାରେ ତାତି ଦେଖିବାକୁ ମିଳିଛି। କଂଗ୍ରେସର ବିଧାୟକ ମାନେ ଜୋରଦାର ପ୍ରତିବାଦ କହିଛନ୍ତି । ଗୃହକୁ କଳା ପୋଷାକ ପିନ୍ଧି ଆସି ପ୍ରତିବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ । ଗୃହ ଭିତରେ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକମାନେ ନାରାବାଜି ଓ ହୋ-ହଲ୍ଲା କରିଛନ୍ତି।
ମୋଦୀ ସରକାରଙ୍କ ବିରୋଧରେ କଂଗ୍ରେସ ସଦସ୍ୟଙ୍କ ନାରାବାଜିରେ ବିଧାନସଭା କମ୍ପିଥିବାବେଳେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି କହିଥିଲେ ମଧ୍ୟ ଏହାକୁ ଶୁଣିନଥିଲେ କଂଗ୍ରେସ ବିଧାୟକ । ଫଳରେ ଗୋଟିଏ ମିନିଟ୍ ଯାଏଁ ମଧ୍ୟ ସ୍ୱାଭାବିକ ଭାବେ ଚାଲି ପାରିନଥିଲା । କଂଗ୍ରେସ ବିଧାୟକଙ୍କ ଲଗାତାର ନାରାବାଜି କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।





