ରାଜ୍ୟରେ କେତେ ଜଣଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ ?; ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ

ଭୁବନେଶ୍ୱର,୨୭/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କେତେ ଜଣଙ୍କୁ ବନ୍ଧୁକ ପାଇଁ ଲାଇସେନ୍ସ ମିଳିଛି ? ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଗୃହରେ ଏହାର ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୧୮୨୬୮ ଜଣଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ । କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ ସୁରକ୍ଷା, କ୍ରୀଡା ଏବଂ ଟାର୍ଗେଟ ଅଭ୍ୟାସ ଓ ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା ନିମନ୍ତେ ଆରକ୍ଷୀ ଅଧୀକ୍ଷକଙ୍କ ରିପୋର୍ଟ ଆଧାରରେ ବନ୍ଧୁକ ଲାଇସେନ୍ସକୁ ଜିଲ୍ଲାପାଳ ପ୍ରଦାନ କରିଥାନ୍ତି ବୋଲି ସେ କହିଛନ୍ତି।

ସେହିଭଳି କେନ୍ଦୁଝରରେ ସର୍ବାଧିକ ୧୩୨୭ ଜଣ, ଅନୁଗୁଳରେ ୧୨୦୩, ବାଲେଶ୍ଵରରେ ୧୧୫୫, ଢେଙ୍କାନାଳରେ ୧୧୨୬, ପୋଲିସ କମିଶନରେଟରେ ୩୨୫ ଜଣ ବ୍ୟକ୍ତି ବିଶେଷଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ତଥ୍ୟ ମନ୍ତ୍ରୀ ଗୃହରେ ରଖିଛନ୍ତି।

ସେହିଭଳି ରାଜ୍ୟରେ ବେଆଇନ ବନ୍ଧୁକ କାରବାର ଦୃଷ୍ଟିଗୋଚର ହେଲେ ଚୋରା କାରବାର କରୁଥିବା ବନ୍ଧୁକ ମାଫିଆଙ୍କ ବିରୋଧରେ ବିଭିନ୍ନ ଧାରାରେ ଅଭିଯୋଗ ଦାଏର କରାଯାଏ । ପୂର୍ବରୁ ବେଆଇନ ବନ୍ଧୁକଧାରୀ ଓ ଚୋରା କାରବାର କରୁଥିବା ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଲିଖିତ ଉତ୍ତର ଦେଇଛନ୍ତି ତୁଷାରକାନ୍ତି ବେହେରା ।

Related Posts