ତିହାର୍ ଜେଲରେ ଗ୍ୟାଙ୍ଗଓ୍ବାର; ରୋହିଣୀ କୋର୍ଟର ଗୁଳି ଚଳାଇଥିବା ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜପୁରିଆକୁ ହତ୍ୟା

ଭୁବନେଶ୍ୱର,୨/୫(ସତ୍ୟପାଠ ବ୍ୟୁରୋ): ତିହାଡ଼ ସେଣ୍ଟ୍ରାଲ ଜେଲରେ ଗ୍ୟାଙ୍ଗଓ୍ବାର । କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଲାଗି ଜଣେ କଏଦୀର ମୃତ୍ୟୁ ହୋଇଛି । ଏହି ଗ୍ୟାଙ୍ଗଓ୍ବାରରେ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜପୁରିଆର ହତ୍ୟା ହୋଇଥିବା ସୂଚନା ମିଳିଛି । ଏହି ଘଟଣା ଏବେ ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ତିହାଡ ଜେଲ୍ ମଧ୍ୟରେ ଦୁଇ କଏଦୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସମୟରେ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ଉପରେ ମରାଣାତ୍ମକ ଆକ୍ରମଣ କରିଥିଲେ ସାଥି କଏଦୀ । ପରେ ଜେଲ୍ ପ୍ରଶାସନ ଟିଲ୍ଲୁକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ସମୟରେ ଗ୍ୟାଙ୍ଗଷ୍ଟରର ମୃତ୍ୟୁ ହୋଇଛି ।

ଜେଲ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେଲ୍ ନମ୍ବର ୮ରେ ଥିବା ଯୋଗେଶ ଟୁଣ୍ଡା ନାମକ ଏକ କଏଦୀ ଲୁହା ଗ୍ରୀଲ୍ ଧରି ୮ ନମ୍ବର ସେଲରେ ଥିବା ଟିଲ୍ଲୁ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ହମଲାରେ ଟିଲ୍ଲୁ ଗମ୍ଭୀର ଭାବେ ଆହତ ହୋଇଥିଲା । ପରେ ମେଡିକାଲରେ ତା’ର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ଯାଞ୍ଚ କରୁଛି ।

ତେବେ ଏହି ଟିଲ୍ଲୁ ତାଜପୁରୀଆ ୨୦୨୧ ସେପ୍ଟମ୍ବର ୨୪ ତାରିଖରେ ଦିଲ୍ଲୀ ରୋହଣୀ କୋର୍ଟରେ ହୋଇଥିବା ସୁଟଆଉଟ୍ ମାମଲାର ମଷ୍ଟରମାଇଣ୍ଡ ଥିଲା । କୋର୍ଟରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ତ୍ୟାଗିକୁ ହତ୍ୟା କରିବା ପାଇଁ ଟିଲ୍ଲୁ ୨ଜଣ ସୁଟରଙ୍କୁ ଟ୍ରେନିଂ ଦେଇଥିଲା । ଏହି ମାମଲାରେ କୋର୍ଟ ଟିଲ୍ଲୁକୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ପଠାଇଥିଲେ ।

Related Posts