ଭଙ୍ଗାଗଲା ଟ୍ରେନ୍ ଦୁର୍ଘଟଣା ଶବ ରଖାଯାଇଥିବା ବାହାନଗା ହାଇସ୍କୁଲ

ଭୁବନେଶ୍ୱର,୯/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ବାହାନଗା ହାଇସ୍କୁଲକୁ ଆଜି ସକାଳୁ ଭଙ୍ଗାଯାଉଛି। ସ୍କୁଲ ପରିଚାଳନା କମିଟି ଉପସ୍ଥିତିରେ ସ୍କୁଲ ଘର ଭଙ୍ଗାଯାଇଛି। ଏହି ସ୍କୁଲରେ ଦୁର୍ଘଟଣାରେ ମୃତ୍ୟୁବରଂ କରିଥିବା ଶତାଧିକ ଶବ ରଖାଯାଇଥିଲା। ଖରାଛୁଟି ସରି ଆସୁଥିବା ବେଳେ ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ରହିଥିବା ଜଣାପଡ଼ିବା ପରେ ସରକାର ଓ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି।

ଦୁର୍ଘଟଣାପରେ ମୃତଦେହ ସ୍କୁଲରେ ରଖାଯାଇଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ରହିଛି। ଏଥିପାଇଁ ସ୍କୁଲ ଘରକୁ ଭାଙ୍ଗିଦେବାକୁ ସ୍କୁଲ ପରିଚାଳନା କମିଟି ଜିଲ୍ଲା ପ୍ରଶାସନକୁ ଅଗଗତ କରିଥିଲା। ପରେ ଜିଲ୍ଲା ପ୍ରଶାସନ ଏନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ଜଣାଇଥିଲା। ପରେ ରାଜ୍ୟ ସରକାର ସ୍କୁଲ ଘରକୁ ଭାଙ୍ଗି ଦେବାକୁ ନିଷ୍ପତ୍ତି ନେଇଥିଲେ।

ଗତକାଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ବାହାନଗା ହାଇସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ବାହାନଗା ସ୍କୁଲର ପ୍ରଧ୍ୟାନଶିକ୍ଷୟିତ୍ରୀ କହିଛନ୍ତି ଯେ, ବାହାନଗାରେ ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିଲା। ଆମେ ସ୍କୁଲ ଘର ଭାଙ୍ଗିବାକୁ ଦାବି କରିଥିଲୁ। ଆମର ଦାବି ପୂରଣ କରାଯାଇଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ବାହାନଗା ରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କୁର ମୃତ୍ୟୁ ଘଟିଥିଲା। ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଏବେ ସେମାନେ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। କେତେକ ଯାତ୍ର ଡିସଚାର୍ଜ ହୋଇ ଘରକୁ ଫେରିଲେଣି। ଅନ୍ୟପକ୍ଷରେ ଭୁବନେଶ୍ୱର ଏମ୍ସରେ ଶବ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଜାରି ରହିଛି।

Related Posts