ଏସିଆ କପ ୨୦୨୨: ଶ୍ରୀଲଙ୍କା ଠାରୁ ପରାସ୍ତ ହେଲା ଭାରତ

ଦୁବାଇ: ଏସିଆ କପ ୨୦୨୨ର ସୁପର୍‌ ୪ ମୁକାବିଲାରେ ଭାରତର ଶୋଚନୀୟ ପରାଜୟ ହୋଇଛି । ତୃତୀୟ ମ୍ୟାଚରେ ମଙ୍ଗଳବାର ଶ୍ରୀଲଙ୍କା ଠାରୁ ବି ପରାସ୍ତ ହୋଇଛି ଭାରତ। ପ୍ରଥମେ ବ୍ୟାଟିଂ ଭାରତ ୧୭୪ ରନର ଟାର୍ଗେଟ୍ ଦେଇଥିବା ବେଳେ ଜବାବରେ ଶ୍ରୀଲଙ୍କା ୧୯.୫ ବଲ୍ ଖେଳି ଲକ୍ଷ୍ୟ ହାସଲ କରି ନେଇଛି । ଶେଷ ପର୍ଯ୍ୟନ୍ତ ହର୍ଶଦୀପ ସିଂହ ଘାତକ ବୋଲିଂ କରି ଶ୍ରୀଲଙ୍କାକୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ରନ୍ ଆଉଟ୍ କରିବା ଚକ୍କରେ ଦୁଇଟି ବାଇ ରନରେ ଜିତିଲା ଶ୍ରୀଲଙ୍କା।

୧୯ ଓଭରରେ ଭୁବନେଶ୍ୱର କୁମାରଙ୍କ ଓଭର ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଥିଲା। ୧୨ ବଲରେ ଜିତିବାକୁ ୨୧ ରନ୍ ଥିବା ବେଳେ ଭୁବନେଶ୍ୱର କୁମାରଙ୍କ ତାଙ୍କ ଓଭରରେ ୧୪ ରନ୍ ଦେଇଥିଲେ। ଶେଷ ବେଳକୁ ହର୍ଶଦୀପ ଅନେକ ଚେଷ୍ଟା କରିଥିଲେ ବି ୬ ୱିକେଟରେ ମ୍ୟାଚ୍ ଜିତି ନେଇଛି ଶ୍ରୀଲଙ୍କା। ଏହି ବିଜୟ ସହ ଫାଇନାଲରେ ଶ୍ରୀଲଙ୍କା ସ୍ଥାନ ଦୃଢ଼ ହୋଇଥିବା ବେଳେ ଭାରତକୁ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ହେଲେ ଆଗକୁ କଡ଼ା ମୁକାବିଲା କରିବାକୁ ପଡ଼ିବ।

ଆଜି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୩ ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୭୨ ରନ କରି କରିଥିବା ବେଳେ ଲୋକେସ ରାହୁଲସ, ବିରାଟ କୋହଲି ଓ ପନ୍ତ ବଡ଼ ସ୍କୋର କରିପାରି ନଥିଲେ।

ଅନ୍ୟପଟେ ଶ୍ରୀଲଙ୍କା ପକ୍ଷରୁ କୁସାଲ ମେଣ୍ଡିସ ସର୍ବାଧିକ ୫୭ ରନ୍ କରିଥିବା ବେଳେ ପାଥୁମ ନିଶଙ୍କ ୫୫ ରନ୍, ଦଶୁନ ଶନକା ୩୩ ରନ୍ ଓ ଭାନୁକା ରାଜପାକ୍ଷ ୨୫ ରନ୍ କରିଥିଲେ। ଫଳରେ ଦଳ ୧୯.୫ ବଲରେ ୬ ୱିକେଟ୍ ମ୍ୟାଚ୍ ଜିତି ନେଇଛି।

Related Posts