ଚାକିରି ପାଇଁ ମଗାଯାଉଛି ଟଙ୍କା, ଟୋଲ୍‌ ଫ୍ରି ନମ୍ବର ଜାରି କରି ପ୍ରାର୍ଥୀଙ୍କୁ ସତର୍କ କରାଇଲା ଓପିଏସ୍‌ସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ କରାଯାଉଥିବା ବିଭିନ୍ନ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ଯୋଗ୍ୟତା ତାଲିକାରେ ସ୍ଥାନ ଦେବାକୁ କିଛି ଅସାଧୁ ବ୍ୟକ୍ତି ପ୍ରତିଶ୍ରୁତି ଦେଇ ଟଙ୍କା ମାଗୁଛନ୍ତି। ଏ ସମ୍ପର୍କରେ ଓପିଏସ୍‌ସି ନିକଟରେ ଅନେକ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଓପିଏସ୍‌ସି ପକ୍ଷରୁ ଦୁଇଟି ଟୋଲ୍‌ ଫ୍ରି ନମ୍ବର ଜାରି କରି ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ସତର୍କ କରାଯାଇଛି। ଏନେଇ ଓପିଏସ୍‌ସି ମଙ୍ଗଳବାର ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, କିଛି ଅସାଧୁ ବ୍ୟକ୍ତି ପ୍ରାର୍ଥୀମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବେଆଇନ ଭାବେ ଅର୍ଥ ଆଦାୟ କରୁଛନ୍ତି। ଏଭଳି ମିଥ୍ୟା ପ୍ରତିଶ୍ରୁତିକୁ କୌଣସି ପ୍ରାର୍ଥୀ ବିଶ୍ୱାସ କରନ୍ତୁ ନାହିଁ। ଓପିଏସ୍‌ସି ପକ୍ଷରୁ ସମସ୍ତ ନିଯୁକ୍ତିରେ ଦୃଢ଼, ସ୍ବଚ୍ଛତା ଓ ଯୋଗ୍ୟତାଭିତ୍ତିକ ପ୍ରକ୍ରିୟା ଅନୁସରଣ କରାଯାଏ। ଯଦି କୌଣସି ବ୍ୟକ୍ତି ଏଭଳି କରୁଛନ୍ତି, ତା’ ହେଲେ ଓପିଏସ୍‌ସିକୁ ଜଣାନ୍ତୁ। ଏଥିପାଇଁ ଟୋଲ୍‌ ଫ୍ରି ନମ୍ବର (୦୬୭୧-୨୩୦୧୧୦୭ ଓ ୦୬୭୧-୨୩୦୪୦୯୦) ଜାରି କରାଯାଇ ଥିବାବେଳେ ଅଫିସିଆଲ ଇ-ମେଲରେ ମଧ୍ୟ ଯୋଗାଯୋଗ କରିବାକୁ ପ୍ରାର୍ଥୀ ମାନଙ୍କୁ କୁହାଯାଇଛି।

Related Posts