ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଲାଙ୍ଗୀର ଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆଜି ବଲାଙ୍ଗୀର ୧୨ ଘଣ୍ଟିଆ ବନ୍ଦ ପାଳନ । ବଲାଙ୍ଗୀର ଆକ୍ସନ କମିଟି ଓ ଜିଲ୍ଳା ଓକିଲ ସଙ୍ଘର ବନ୍ଦ ଡାକରାରେ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ତେବେ ପାଟଣା ରାଜ୍ୟ ଥିବା ସମୟରେ ବଲାଙ୍ଗୀର ଠାରେ ହାଇକୋର୍ଟର ଏକ ବେଞ୍ଚ କାମ କରୁଥିଲା ବୋଲି ଇତିହାସରେ ଅଛି। ତେଣୁ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ବଲାଙ୍ଗୀର ହିଁ ଏକମାତ୍ର ବିକଳ୍ପ ସ୍ଥାନ ବୋଲି କହିବା ସହ ବନ୍ଦ ପାଳନ କରାଯାଉଛି । ତେବେ ଦୀର୍ଘ କିଛି ବର୍ଷ ହେଲା ଆନ୍ଦୋଳନ ଫିକା ପଡିଥିବା ବେଳେ ପୁଣି ଆନ୍ଦୋଳନକୁ ଜୋରଦାର କରାଯାଇଛି ।

ଆଜି ବନ୍ଦ୍ ପାଳନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ ଓ ପୋଷ୍ଟଫିସ ବନ୍ଦ କରାଯାଇଥିବା ବେଳେ ଦୋକାନ ବଜାର ସ୍କୁଲ କଲେଜ, ଗାଡିଚାଳଚଳକୁ ବାଦ ଦିଆଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ଏ ଆନ୍ଦୋଲନରେ ୨୦ରୁ ଅଧିକ ସଂଗଠନ ସମର୍ଥନ ଦେବା ସହ ସାମିଲ ହୋଇଛନ୍ତି।

Related Posts