ଢ଼େଙ୍କାନାଳରେ ଗଜଲକ୍ଷ୍ମୀ ଭସାଣୀ ବେଳେ ଗୋଷ୍ଠୀସଂଘର୍ଷ; ୨ ପୁଲିସ କର୍ମଚାରୀଙ୍କ ସମେତ ୫ ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଢ଼େଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ଭସାଣୀ ସମୟରେ ଗୋଷ୍ଠୀସଂଘର୍ଷ ଦେଖିବାକୁ ମିଳିଛି। କଣ୍ଟାନାଲି ଓ ବନମାଳୀ ପ୍ରସାଦ ୨ ସାହି ମଧ୍ୟରେ ମାରପିଟ ହୋଇଥିବା ସୂଚନା ମିଳିଛି। ପୂର୍ବ ଗଣ୍ଡଗୋଳକୁ ନେଇ ଭସାଣି ସମୟରେ ମାରପିଟ ହୋଇଥିବା ସୂଚନା ରହିଛି ।

ତେବେ ମିଳିଥିବା ସୂଚନା ଅନୁସାରେ, କଣ୍ଟାନାଲି ମେଢ଼ ପ୍ରସେସନ କରି ବନମାଳୀ ପ୍ରସାଦ ଛକ ପହଞ୍ଚିବା ପରେ ଅନ୍ୟ ସାହିର ଲୋକ ଢ଼େଲା ମାଡ଼ କରିଥିଲେ । ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ହୋଇଥିଲା। ଏହି ଘଟଣାରେ ୨ ପୁଲିସ କର୍ମଚାରୀଙ୍କ ସମେତ ମୋଟ ୫ ଜଣ ଲୋକ ଆହତ ହୋଇଛନ୍ତି । ବନମାଳୀ ପ୍ରସାଦ ଅନୁଷ୍ଠାନର ଲୋକ ଡିଜେ ଗାଡ଼ିକୁ ମଧ୍ୟ ପଥର ମାଡ଼ କରି ଭାଙ୍ଗି ଦେଇଛନ୍ତି ।

ତେବେ ଏହି ଗଣ୍ତଗୋଳର ଖବରପାଇ ଏକ ପ୍ଲାଟୁନ୍ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ତେବେ ଉଭୟ ପକ୍ଷ ଆରୋପ ପ୍ରତ୍ୟାରୋପ କରିବା ସହ ବୁଝିବା ସ୍ଥିତିରେ କେହି ନଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଫଳରେ ବାଧ୍ୟ ହୋଇ ପୁଲିସ୍‌ ଆଇନଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଠିଚାର୍ଜ କରି ଉଭୟ ପକ୍ଷଙ୍କୁ ଘଉଡ଼ାଇଥିଲେ।

Related Posts