ଶିକ୍ଷକଙ୍କ ମାଡ଼ରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ

ନଏଡ଼ା : ଗ୍ରେଟର ନଏଡ଼ାର ଏକ ସ୍କୁଲ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଶିକ୍ଷକ ନିସ୍ତୁକ ମାଡ଼ ମାରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମ୍ପୃକ୍ତ ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଗତ ୭ରେ ଏହି ଘଟଣା ଘଟିଛି। ୧୨ ବର୍ଷୀୟ ଛାତ୍ର ପ୍ରିନ୍ସ ଗ୍ରେଟର ନଏଡ଼ାର ବାଦଲପୁର ଅଞ୍ଚଳରେ ଅବସ୍ଥିତ କ୍ୟାପଟେନ ସାୱରିଆ ପବ୍ଲିକ ସ୍କୁଲ୍‌ରେ ପଢ଼ୁଥିଲେ। ତାଙ୍କ ବାପା ତାଙ୍କୁ ସକାଳ ୭.୧୫ରେ ସ୍କୁଲ୍‌ରେ ଛାଡ଼ିଥିଲେ। କିନ୍ତୁ ପ୍ରିନ୍ସ ସ୍କୁଲ୍‌ରୁ ଫେରିବା ସମୟ ତଥା ପ୍ରାୟ ୧.୧୫ ସମୟରେ ପ୍ରିନ୍ସଙ୍କ ବାପାଙ୍କ ପାଖକୁ ସ୍କୁଲ୍‌ରୁ ଫୋନ୍‌ ଆସିଥିଲା। ପ୍ରିନ୍ସ ଅଚେତ ହୋଇପଡ଼ିଛନ୍ତି ବୋଲି ସ୍କୁଲ୍‌ କର୍ତ୍ତୃପକ୍ଷ ପ୍ରିନ୍ସଙ୍କ ବାପାଙ୍କୁ ଜଣାଇଥିଲେ । ପ୍ରିନ୍ସଙ୍କ ବାପା ତୁରନ୍ତ ତାଙ୍କୁ ଘରକୁ ନେଇଯାଇଥ‌ିଲେ ଏବଂ ପ‌ରେ ତାଙ୍କୁ ନିକଟସ୍ଥ କ୍ଲିନିକ୍‌ ନେଇଥିଲେ। କିନ୍ତୁ କ୍ଲିନିକ୍‌ର କର୍ମଚାରୀମାନେ କହିଥିଲେ ପ୍ରିନ୍ସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ମସ୍ତିଷ୍କରେ ଇଣ୍ଟରନାଲ୍‌ ବ୍ଲିଡିଂ ‌ହୋଇଥିବା ଜଣାପଡ଼ିଥିଲା। ଫଳରେ ପରିବାର ସଦସ୍ୟ ପ୍ରଥମେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲ୍‌ ନେଇଥିଲେ। କିନ୍ତୁ ସେଠାରେ ପ୍ରିନ୍ସଙ୍କୁ ବେଡ୍‌ ମିଳିନଥିଲା। ପ୍ରିନ୍ସଙ୍କୁ ପରେ ରାମ ମନୋହର ଲୋହିଆ ହସ୍ପିଟାଲ୍ ଏବଂ ଜିବି ପନ୍ଥ ନିଆଯାଇଥିଲା। କିନ୍ତୁ ସେଠାରେ ବି ବେଡ୍‌ ମିଳିଲାନି। ଶେଷରେ ରାତି ୯ଟାରେ ଏଲ୍‌ଏନଜେପି ହସ୍ପିଟାଲରେ ପ୍ରିନ୍ସଙ୍କୁ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥିଲା। ପ୍ରିନ୍ସଙ୍କର ଏକ ଅସ୍ତ୍ରୋପଚାର ହେଲା। କିନ୍ତୁ କିଛି ଘଣ୍ଟା ପରେ ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଗଲା। ପରେ ପରିବାର ସଦସ୍ୟ ପ୍ରିନ୍ସଙ୍କ ଶ୍ରେଣୀର ଅନ୍ୟ ପିଲାଙ୍କ ସହ କଥା ହୋଇ ଜାଣିବାକୁ ପାଇଥିଲେ ଯେ ପ୍ରିନ୍ସଙ୍କୁ ତାଙ୍କର ଜଣେ ଶିକ୍ଷକ ନିଯୁକ୍ତ ମାଡ଼ ମାରିଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା।

ପ୍ରିନ୍ସଙ୍କ ସାଙ୍ଗରେ ପଢ଼ୁଥିବା କିଛି ପିଲା କହିଛନ୍ତି, ଶିକ୍ଷକ ସେମାନଙ୍କର ହିନ୍ଦି‌ ଟେଷ୍ଟ୍‌ ନେଇଥିଲେ। ୭-୮ ଜଣ ଏଥିରେ ଫେଲ୍‌ ହୋଇଯାଇଥିଲେ। ପ୍ରିନ୍ସ ମଧ୍ୟ ଫେଲ୍‌ ହୋଇଥିଲେ। ପ୍ରିନ୍ସଙ୍କୁ ଶିକ୍ଷକ ମାଡ଼ ମାରିଥିଲେ। ଅନ୍ୟ ଛାତ୍ରମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। କିନ୍ତୁ ମାଡ଼ ଖାଇବାପରେ ପ୍ରିନ୍ସ ପ୍ରଥମେ ଡେସ୍କରେ ବସି ପଡ଼ିଥିଲେ ଏବଂ ପରେ ସେ ତଳେ ପଡ଼ି ବାନ୍ତି କରିଲେ। ଶନିବାର ଠାରୁ ଶିକ୍ଷକ ଜଣଙ୍କ ଫେରାର ଅଛନ୍ତି। ଶିକ୍ଷକଙ୍କୁ ଗିରଫ କରିବାପାଇଁ ଏକ ୪ ଜଣିଆ ଟିମ୍‌ ଗଠନ ହୋଇଛି

Related Posts