ଏକାସାଙ୍ଗରେ ପରିବାରର ୪ ଜଣଙ୍କୁ ହତ୍ୟା କଲା ୧୬ ବର୍ଷୀୟ ନାବାଳକ

ଅଗରତାଲା : ତ୍ରିପୁରାର ଧଲାଇ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ନାବାଳକ ଘଟାଇଛି ଭୟଂକର ହତ୍ୟାକାଣ୍ଡ । ଏକାସାଙ୍ଗରେ ୪ ଜଣଙ୍କୁ ହତ୍ୟା କରିଛି ଜଣେ ୧୬ ବର୍ଷୀୟ ନାବାଳକ। ଅଭିଯୁକ୍ତ ନାବାଳକଟି ନିଜର ମା, ୧୦ ବର୍ଷୀୟା ଭଉଣୀ, ଜେଜେମା ଓ ଜଣେ ପଡ଼ୋଶୀଙ୍କୁ ହତ୍ୟା କରିଛି। ଏପରି କାଣ୍ଡ ଭିଆଇବା ପରେ ନାବାଳକଟି ମୃତଦେହଗୁଡ଼ିକ ଏକ କୂଅକୁ ଫିଙ୍ଗିଦେଇଛ। ଅଭିଯୁକ୍ତକୁ ଏନେଇ ଅଧିକ ପଚରାଉଚୁରା କରିବାପାଇଁ ହେପାଜତରେ ନିଆଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଅଭିଯୁକ୍ତ ଜଣଙ୍କ ସବୁବେଳେ ଡ୍ରଗ୍ସ ସେବନ କରୁଥିଲା ବୋଲି ଜଣାପଡ଼ିଛି। କିନ୍ତୁ ସେ ପରିବାର ଲୋକଙ୍କୁ କାହିଁକି ଏପରି ହତ୍ୟା କରିଛି ତାର ଖୁଲାସା ହୋଇନାହିଁ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଏପରି ଘଟଣା ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଜଣଙ୍କ ନାବାଳକ ଓ ସେ ଅନୁମଣ୍ଡଳର ବାସିନ୍ଦା ଏବଂ ନିୟମିତ ଡ୍ରଗ୍ସ ସେବନ କରୁଥିଲା। ତାର ବାପା ଘରେ ନଥିବା ବେଳେ ଶନିବାର ସକାଳ ୧୦ଟାରେ ତାର ମା, ଭଉଣୀ, ଜେଜେମା ଓ ପଡ଼ୋଶୀଙ୍କୁ ସେ ହତ୍ୟା କରିଥିଲା। ଗାଁ ଲୋକମାନେ ସକାଳ ୯:୩୦ରୁ ଅଭିଯୁକ୍ତ ଘରୁ ହାଏ ଭୋଲିଓମ୍‌ରେ ଗୀତ ଶୁଣାଯାଉଥିଲା ବୋଲି କହିଛନ୍ତି। ହତ୍ୟା ବେଳେ ଚିତ୍କାର ଶୁଣାନଯିବା ପାଇଁ ଅଭିଯୁକ୍ତ ଏପରି କରିଛି ବୋଲି ସେମାନେ କହିଛନ୍ତି। ଏହାର କିଛି ସମୟ ପରେ ଅଭିଯୁକ୍ତର ବାପା ମୃତଦେହ ଗୁଡ଼ିକ କୂଅରେ ପଡ଼ିଥିବା ଦେଖିଥିଲେ।

ପୋଲିସ ଅଧିକାରୀଙ୍କ ଅନୁସାରେ, ନାବାଳକର ବାପା ଘରକୁ ଫେରିବା ପରେ ଚାରିଆଡ଼େ ରକ୍ତ ଛିଟା ପଡ଼ିଥିବା ଦେଖିଥିଲେ। ଏହାପରେ ତାଙ୍କୁ ସନ୍ଦେହ ହୋଇଥିଲା। ଖୋଜାଖୋଜି ପରେ ଜଣାପଡ଼ିଲା ଯେ, ପରିବାର ଲୋକଙ୍କ ମୃତଦେହ ଘର ପାଖରେ ଥିବା ଏକ କୂଅରେ ଫିଙ୍ଗାଯାଇଛି। ଏହାପରେ ନାବାଳକର ବାପା ଜୋର୍‌ କାନ୍ଦିବାକୁ ଲାଗିଲେ। ଏହାପରେ ଗାଁ ଲୋକମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଅନ୍ୟପଟେ ଜଣେ ପୋଲିସ ଅଧିକରୀ କହିଛନ୍ତି ଯେ, ମୃତଦେହରେ କ୍ଷତ ଚିହ୍ନ ଥିଲା। ଏଥିରୁ ଜଣାପଡ଼ିଛି ଯେ, ହତ୍ୟାକାରୀ ଜଣଙ୍କ ୪ ଜଣଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହେବ। ଅଭିଯୁକ୍ତ ଜଣଙ୍କ ଗାଁରୁ ଚାଲିଯିବାକୁ ଚେଷ୍ଠା କରୁଥିଲା କିନ୍ତୁ ତାକୁ କାବୁ କରାଯାଇଛି

Related Posts