ଚଳନ୍ତା ଟ୍ରେନରେ ୨୫ ବର୍ଷୀୟ ମହିଳାଙ୍କୁ ରେଳ କର୍ମଚାରୀଙ୍କ ଗଣଦୁଷ୍କର୍ମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳନ୍ତା ଟ୍ରେନରେ ୨୫ ବର୍ଷୀୟ ମହିଳାଙ୍କୁ ରେଳ କର୍ମଚାରୀଙ୍କ ଗଣଦୁଷ୍କର୍ମ । ଟ୍ରେନଟି ମୁଲତାନରୁ କରାଚି ଯାଉଥିବା ବେଳେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି।’ ୨୭ ତାରିଖରେ ମହିଳା ଜଣଙ୍କ ବାହାଉଦ୍ଦିନ ଜକାରିଆ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କୁ ୩ ଜଣ ରେଳ କର୍ମଚାରୀ ଦୁଷ୍କର୍ମ କରିଥିଲେ। ଏନେଇ ପୀଡ଼ିତା ଜଣଙ୍କ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ଏହାକୁ ଆଧାର କରି ପୁଲିସ୍ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।ପୁଲିସ୍ କହିଛି ଯେ ପାକିସ୍ତାନ ପେନାଲ କୋଡ ୩୭୭ ଓ ୩୪ ଅନୁଯାୟୀ ଏଫଆଇଆର ରୁଜୁ ହୋଇଛି। ମେଡିକାଲ ଟେଷ୍ଟ ପରେ ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି। ମହିଳା ଜଣଙ୍କ ଇକୋନୋମି ବର୍ଗରେ ଯାତ୍ରା କରୁଥିଲେ।

ଏହି ସମୟରେ ଟିକେଟ କଲେକ୍ଟର ତାଙ୍କ ପାଖକୁ ଆସି ଟ୍ରେନର ଥିବା ଏସି କମ୍ପାର୍ଟମେଣ୍ଟରେ ସିଟ୍ ଅଫର କରିଥିଲେ। ଏଥିରେ ମହିଳା ଜଣଙ୍କ ରାଜି ମଧ୍ୟ ହୋଇ ଯାଇଥିଲେ। ଏହାପରେ ସେ ତାଙ୍କୁ ସାଥୀରେ ଧରି କମ୍ପାର୍ଟମେଣ୍ଟ ଭିତରକୁ ଯାଇଥିଲେ। ସେଠାରେ ପୂର୍ବରୁ ଆଉ ୨ ଜଣ ରେଳ କର୍ମଚାରୀ ରହିଥିଲେ। ୩ ଜଣ ଯାକ ମିଳିତ ଭାବେ ମହିଳାଙ୍କୁ ଦୀର୍ଘ ସମୟ ଧରି ଦୁଷ୍କର୍ମ କରିବାରେ ଲାଗିଥିଲେ। ମହିଳା ଜଣଙ୍କ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ। ଘଟଣା ପରେ ମହିଳା ଜଣଙ୍କ ପ୍ରଥମେ ଏ ସମ୍ପର୍କରେ ରେଳବାଇ ପୁଲିସ୍‌କୁ ଜଣାଇଥିଲେ। ରେଳବାଇ ପୁଲିସ୍ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଏସବୁ ଭିତରେ ପୁଲିସ୍ ମଧ୍ୟ ଏଫଆଇଆର ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

Related Posts