ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୋଜିରେ ବଳି ପଡ଼ିଥିବା ଖାଦ୍ୟକୁ ଗରମ କରି ଖାଇବା ପରେ ଗୋଟିଏ ପରିବାରରେ ୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସମସ୍ତେ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଗୁରୁତର ଅସୁସ୍ଥ ହୋଇ କଟକରେ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।ଏପରି ଖବର ଆସିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ ଦଧିବାମନପୁର ଗାଁରୁ। ଏବେ ମଧ୍ୟ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି। ରାତିରେ ଗରମ କରି ଖାଇଥିବା ଖାଦ୍ୟ ବିଷାକ୍ତ ହୋଇଥିବା ଅନୁମାନ କରାଯାଉଛି। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ପହଞ୍ଚିଛି ୩ ଜଣିଆ ମେଡିକାଲ୍‌ ଟିମ୍‌। ଝାଡ଼ାବାନ୍ତି ନେଇ ପରିବାର ଲୋକଙ୍କୁ ମେଡିକାଲ୍‌ ଟିମ୍‌ ପଚରାଉଚରା କରୁଥିବା ଜଣାପଡ଼ିଛି।