ଶେଷ ହେବାକୁ ଯାଉଛି ମାଗଣା ବୁଷ୍ଟର ଟିକା ନେବାର ଅବଧି, ତୁରନ୍ତ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗର ଅପିଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଷ୍ଟର ଟିକା ନେବା ପାଇଁ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗର। ସେପ୍ଟେମ୍ବର ୩୦ରେ ମାଗଣା ବୁଷ୍ଟର ଟିକା ନେବାର ଅବଧି ଶେଷ ହେଉଛି। ମାଗଣା ଟିକାର ଅବଧି ଆଉ ମାତ୍ର ୨୭ଦିନ ବାକି ଥିବାରୁ ତୁରନ୍ତ ଟିକା ନେଇଯିବା ଲାଗି ସ୍ୱାସ୍ଥ୍ୟ ବିଭାଗ ସମସ୍ତ ରାଜ୍ୟ ବାସୀଙ୍କୁ ଅନୁରୋଧ କରିଛି ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ଭାଗ ଲୋକ ପ୍ରିକସନ ଡୋଜ ନେଇ ନଥିବା ଜଣା ପଡ଼ିଛି । ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ଏଯାଏ ପ୍ରିକସନ ଡୋଜ ନେଇ ନାହାନ୍ତି । ତେବେ ରାଜ୍ୟରେ ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ପ୍ରିକସନ ଡୋଜ ନେଇଛନ୍ତି । କେବଳ ସେତିକି ନୁହେଁ ରାଜ୍ୟର ୨୩ ଲକ୍ଷ ୩୨ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ମଧ୍ୟ ନେଇ ନାହାନ୍ତି । ତେବେ ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଭଳି ଜିଲ୍ଲାରେ ଟିକା ନେବା ପାଇଁ ଲୋକେ ଆଗ୍ରହ ଦେଖାଉ ନଥିବା ସ୍ବାସ୍ଥ୍ୟ ବିଭାଗର ତଥ୍ୟରୁ ଜଣା ପଡିଛି ।

Related Posts