କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଘଟଣା; ତଦନ୍ତ ଆରମ୍ଭ କଲେ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟାରେ ୬ ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣା ଚାରିଆଡ଼େ ହଇଚଇ ସୃଷ୍ଟି କରିଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଵତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟ (SNCU)ରେ ପହଞ୍ଚିଛନ୍ତି ରାଜ୍ୟସ୍ତରୀୟ ୨ ଜଣିଆ ତଦନ୍ତକାରୀ ପ୍ରତିନିଧି ଦଳ। ପ୍ରତିନିଧି ଦଳରେ ଡ ରବୀନ୍ଦ୍ର ନାଥ ପଣ୍ଡା, ରାଜ୍ୟ ଶିଶୁ ବିଭାଗ ପରାମର୍ଶଦାତା ଏବଂ ଡ.ରଶ୍ମି ରଞ୍ଜନ ଶତପଥୀ, ରାଜ୍ୟ ଶିଶୁ ବିଭାଗ ଅତିରିକ୍ତ ନର୍ଦେଶକ ସାମିଲ ଅଛନ୍ତି।

ସୂଚନା ଅନୁଯାୟୀ, ରବିବାର ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏନେଇ ତଦନ୍ତ ନିର୍ଦେଶ ଦେଇଥିଲେ। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ ହୋଇଛି l ଦାୟିତ୍ୱରେ ଥିବା ଡାକ୍ତର ଓ କର୍ମଚାରୀଙ୍କ କର୍ତ୍ତବ୍ୟ ସମ୍ପର୍କରେ ସିସି କ୍ୟାମେରା ଦ୍ୱାରା ଯାଞ୍ଚ କରାଯିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି l

Related Posts