୩୨ବର୍ଷ ଧରି ଏକାକୀ ରହୁଥିବା ‘ବୁଦେଲି’ଦ୍ୱୀପରୁ ୮୧ ବର୍ଷୀୟ ବ୍ୟକ୍ତିଙ୍କୁ ବହିସ୍କୃତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଇଟାଲୀର ମାଉରୋ ମୋରାଣ୍ଡି ନାମକ ଜଣେ ବ୍ୟକ୍ତି ୩୨ ବର୍ଷ ଧରି ଏକାକୀ ଏକ ଦ୍ୱୀପରେ ରହୁଥିଲେ। ଏହି ଦ୍ୱୀପଟି ଇଟାଲୀର ସର୍ଦ୍ଦାର ଏବଂ କର୍ସିକା ମଧ୍ୟରେ ‘ବୁଦେଲି’ ନାମରେ ପରିଚିତ । ମୋରାଣ୍ଡି କହିଛନ୍ତି ତାଙ୍କୁ ଏହି ଦ୍ୱୀପରୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। ରବିବାର ଦିନ ସେ ଫେସବୁକରେ ଲେଖିଛନ୍ତି ଯେ ମୁଁ ଜାଣିଛି ଭବିଷ୍ୟତରେ ଏହି ଯାଗା ଛାଡିବି। ୩୨ ବର୍ଷ ଧରି ଏହାକୁ ସୁରକ୍ଷା ଦେଇଆସୁଛି ଆଗକୁ ‘ବୁଦେଲିକୁ’ ସୁରକ୍ଷା ଦିଆଯାଉ । ୮୧ ବର୍ଷୟ ମୋରାଣ୍ଡି ପ୍ରଥମେ ୧୯୮୯ରେ ଦକ୍ଷିଣ ପ୍ରଶାନ୍ତକୁ ଯିବାବେଳେ ଏହି ସ୍ଥାନରେ ପହଞ୍ଚିଥିଲେ, କିନ୍ତୁ ସେହି ଯାଗାରେ ତାଙ୍କର ଡଙ୍ଗାଟି ଭାଙ୍ଗିଯାଇ ଥିଲା, ସେହି ଦିନ ଠାରୁ ଦ୍ୱୀପଟିରେ ରହିବା ପାଇଁ ପସନ୍ଦ କରିଥିଲେ । ସେହି ଦୀପରେ ପୂର୍ବରୁ ଥିବା କେୟାରଟେକର ଅବସର ନେବାପରେ ମୋରାଣ୍ଡି ତାଙ୍କର ଡଙ୍ଗା ବିକ୍ରି କରି ସେହି ଅର୍ଥ ଦେଇ କେୟାରଟେକର ଭାବରେ ଦାୟିତ୍ୱ ନେଲେ। ସେଠାରେ ନିଜ ପାଇଁ ଏକ ଘର ନିର୍ମାଣ କରିଥିଲେ । ୩୨ବର୍ଷ ଧରି ସେ ଏକାକୀ ଦ୍ୱୀପର ସୁରକ୍ଷା ତଥା ସଂରକ୍ଷଣ ପାଇଁ କଠିନ ପରିଶ୍ରମ କରିଥିଲେ। ଖବର ଅନୁଯାୟୀ, ମୋରାଣ୍ଡି ୨୦୧୬ ରେ ଏକ ଆଇନଗତ ଯୁଦ୍ଧରେ ଜଡିତ ଥିଲେ ଯେଉଁଥି ପାଇଁ କୋର୍ଟ କହିଥିଲେ ଯେ ଏହି ଦ୍ୱୀପ ପ୍ରକୃତରେ ମାଡାଲେନା ଆର୍କିପେଲାଗୋ ଜାତୀୟ ଉଦ୍ୟାନର ଅଟେ। ଏହା ପରେ ଅଧିକାରୀମାନେ ଦ୍ୱୀପରୁ ଉଠିଯିବାକୁ କହିଥିଲେ । ଯଦିଓ ସେଠାରେ ହଜାର ହଜାର ଲୋକ ତାଙ୍କୁ ସମର୍ଥନ କରିବା ପାଇଁ ଏକ ପିଟିସନରେ ଦସ୍ତଖତ କରିଥିଲେ, ତଥାପି ଅଧିକାରୀମାନେ ତାଙ୍କୁ ବହିଷ୍କାର କରିଦେଇଥିଲେ । ଶେଷରେ, ୮୧ ବର୍ଷୀୟା ଏହି ମାଡାଲେନା ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କଠାରୁ ଉଚ୍ଛେଦ ବିଜ୍ଞପ୍ତି ପାଇବା ପରେ ଦ୍ୱୀପ ଛାଡିଥିଲେ। “ମୁଁ ଦ୍ୱୀପ ଛାଡି ଦେଇଛି। ଏଠାରୁ ୩୨ ବର୍ଷ ପରେ ଯିବାରୁ ବହୁତ ଦୁଃଖିତ | ସେମାନେ ମୋତେ କହିଥିଲେ ” ଏବେ ମୋତେ ମୋ ଘରେ କାମ କରିବା ଆବଶ୍ୟକ ଏବଂ ଏଥର ଏହା ସତ ବୋଲି ମନେହୁଏ ବୋଲି ମୋରାଣ୍ଡି କହିଥିଲେ”।

Related Posts