ଲକ୍ଷ୍ନୌ ରେ ୨୦ ରୁ ୧୫ ଭେଣ୍ଟିଲେଟର ଖରାପ; ବିଜେପି ସାଂସଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ଉତ୍ତର ପ୍ରଦେଶ ମେହାନଲାଲ୍‌ଗଞ୍ଜର ବିଜେପି ସାଂସଦ କୁଶଲ କିଶୋର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲେଖିଥିବା ଏକ ଚିଠିରେ ଅଭିଯୋଗ କରିଛନ୍ତି ବଳରାମପୁର ହସ୍ପିଟାଲର 20 ଭେଣ୍ଟିଲେଟରରୁ 15 ଖରାପ ବାକି ଭେଣ୍ଟିଲେଟର ଧୂଳି ପଡି ଜମା ହେଉଛି କିନ୍ତୁ ପ୍ରଶାସନ ତାହା ଜୀବନ ରକ୍ଷା ପାଇଁ ବ୍ୟବହାର ନକରି ମୁଖ୍ୟମନ୍ତ୍ରୀଙ୍କ ନାମକୁ ଖରାପ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମିଛ କହିବା ପରିବତ୍ତତ୍ତେ ବ୍ୟବହୃତ ହେଉନଥିବା ଭେଣ୍ଟିଲେଟର ଗୁଡିକ ଜୀବନ ବଞ୍ଚାଇବା ପାଇଁ ବ୍ୟବହୃତ ହେବା ଆବଶ୍ୟକ ଯାହକି ବର୍ତ୍ତମାନ ସମୟରେ ଆବଶ୍ୟକ । ବଳରାମପୁର ହସ୍ପିଟାଲର କୌଣସି ଅଧିକାରୀ ଏହି ପ୍ରସଙ୍ଗରେ କହିବାକୁ ଇଛୁକ ନାହାଁନ୍ତି । ଲକ୍ଷେ୍ନାର ମଖ୍ୟ ଚିକିତ୍ସା ଅଧିକରୀ ଡ. ସଞ୍ଜୟ ଭଟ୍ଟନଗର କହିଛନ୍ତି ବଳରାମପୁର ହସ୍ପିଟାଲର ପ୍ରଶାସନ ଭେଣ୍ଟିଲେଟର ଗୁଡିକୁ ବ୍ୟବହାର କରିବାକୁ ନିଷ୍ପତି ନେଇଛି । ସାଂସଦ ଆହୁରି ମଧ୍ୟକହିଛନ୍ତି ଦୁଇଜଣ ମୁଖ୍ୟ ଓାର୍ଡରରେ କେବେବି ନିଜର ଦାୟିତୂ ନ ନିଭାଇ ସେମାନେ ଗଣମାଧ୍ୟମରେ ନିଜକୁ ଚର୍ଚ୍ଚାକରିବାରେ ବ୍ୟସ୍ଥ ଥିଲେ । ସେ କହିଛନ୍ତି ଏହି ବିଭାଗରେ ଅନେକ ବେଡ୍ ଖାଲି ପଡିଛି ତେଣୁ ୨୦ଦିନର ବେଡ୍ ଅଡିଟ୍ କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି । କେଜିଏମୟୂରେ ଥିବା କରୋନା ହସ୍ପିଟାଲର ଚତୁର୍ଥ ମହଲାରେ ଅନେକ ବେଡ୍ ଖାଲି ପଡିଛି । ସେଠାରେ ରୋଗୀମାନେ ସେମାନଙ୍କ ପାଇଁ ଅକ୍ସିଜେନ ବ୍ୟବସ୍ଥା କରିବା ପରେ ଆଡମିଶନ ହୋଇ ପାରିବେ ।
ଗୋଳଗଞ୍ଜର ଏକ ବ୍ୟକ୍ତି ତାଙ୍କ ମାଙ୍କ ସ୍ୱାସ୍ଥ୍ୟ ଗୁରୁତର ଅବସ୍ଥାରେ ସେ ବଳରାମପୁର ହସ୍ପିଟାଲରେ ଆଡମିଶନ କରାଇଥିଲେ । ସେ ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲରେ ୨୮ଟି ଭେଣ୍ଟିଲେଟର ମଧ୍ୟରୁ ୭ଟି କାର୍ଯ୍ୟ କରୁଛି । ଭେଣ୍ଟିଲେଟର ଆବଶ୍ୟକ କରୁଥିବା ରୋଗୀମାନେ ଭଗବାନଙ୍କ ଭରସାରେ ରହିଯାଆନ୍ତି । ଯେମିତିକି ମାନବ ଜୀବନର କୌଣସି ମୂଲ୍ୟ ନାହିଁ ।

Related Posts