ଭୟଙ୍କର ଭୁସ୍କଳନ: ମାଟି ତଳେ ଫସିରହିଛି ଯାତ୍ରୀବାହି ବସ ସମେତ ଅନେକ ଯାନବାହାନ

nh

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ହିମାଚଳ ପ୍ରଦେଶର କିନ୍ନର ଜିଲ୍ଲାର ନିଗୁଲସେରୀ ଜାତୀୟ ରାଜପଥ -୫ ରେ ଥିବା ଇଗଲ ଜଙ୍ଗଲ ନିକଟରେ ପଥର ଖସିବାର ଏକ ଘଟଣା ସାମ୍ନାକୁ ଆସିଛି। ପଥର ଖସିବା ହେତୁ ଗୋଟିଏ HRTC ବସ୍ ମାଟି ତଳେ ପୋତି ହୋଇଯାଇଥିବାର ସୂଚନା ମିଳିଛି । ପ୍ରାୟ ୪୦ ଜଣ ଲୋକ ମାଟି ତଳେ ପଡିଯାଇଥିବାର ଅନୁମାନ କରାଯାଉଛି । ସୂଚନା ପାଇବା ମାତ୍ରେ ପ୍ରଶାସନ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଡାକ୍ତରଖାନା ନେବାରେ ଏନଡିଆରଏଫ, ସେନା, ପୋଲିସ ଏବଂ ସ୍ଥାନୀୟ ଲୋକ ବ୍ୟସ୍ତ ଅଛନ୍ତି। ମାଟି ତଳେ ଫସିରହିଥିବା ବସଟି କିନ୍ନର ଜିଲ୍ଲାର ମୋରାଙ୍ଗ ହରିଦ୍ୱାର ମାର୍ଗରେ ରହିଛି । ଏନେଇ କିନ୍ନର ଡିସି ଆବିଦ୍ ହୁସେନ୍ ସାଦିକ୍ କହିଛନ୍ତି ଯେ ପାହାଡରୁ ଲଗାତାର ପଥର ଖସି ପଡୁଛି। ଏହି କାରଣରୁ ଉଦ୍ଧାର କାର୍ଯ୍ୟରେ ଏକ ସମସ୍ୟା ରହିଛି।

ଏହା ସହ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସିଏମ୍ ଜୟ ରାମ ଠାକୁର ଘୋଷଣା କରିଛନ୍ତି। ଅପରିପକ୍ଷରେ ଉଦ୍ଧାରକାରୀ ଦଳ ବସ୍ ଡ୍ରାଇଭରଙ୍କୁ ଉଦ୍ଧାର କରିଥିବା ବେଳେ ଏହା ମଧ୍ୟରେ ଥିବା ଯାତ୍ରୀଙ୍କ ପତ୍ତା ମିଳିନି। ସ୍ଥାନୀୟ ଲୋକମାନେ କହିଛନ୍ତି, ଗୋଟିଏ କାର୍ ଉପରେ ମାଟି ଅତଡ଼ା ଧସି ପଡ଼ିବାରୁ ସେମାନେ ସାହାଯ୍ୟ ପାଇଁ ବିକଳରେ ଚିତ୍କାର କରୁଥିବା ଶୁଣିବାକୁ ପାଇଛନ୍ତି। ଅନ୍ୟପଟେ ଜୁଲାଇ ୨୫ ତାରିଖରେ କିନ୍ନର ଜିଲ୍ଲାର ବାଟସେରୀ ସ୍ଥିତ ସାଙ୍ଗଲା-ଚିତକୁଲ ରାସ୍ତାରେ ଏକ ପର୍ଯ୍ୟଟନ ଗାଡି ପଥର ତଳେ ପଡ଼ିଥିଲା। ଏହି ଦୁର୍ଘଟଣାରେ ଟେମ୍ପୋ ଟ୍ରାଭେଲରରେ ଥିବା ୯ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ପଥର ଦ୍ୱାରା ବାୟୁରେ ଫିଙ୍ଗି ହୋଇଯାଇଥିଲା । ଏବଂ ବାସ୍ପା ନଦୀ କୂଳରୁ ୬୦୦ ମିଟର ତଳେ ଥିବା ଅନ୍ୟ ଏକ ରାସ୍ତାରେ ଖସିପଡିଥିଲା।

Related Posts