(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଶ୍ରୀମନ୍ଦିର ଖୋଲିବା ନେଇ SOP ଜାର ହୋଇଛି । ଆସନ୍ତା କାଲି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ସେବାୟତମାନଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିଛି । ସେହିପରି ଆସନ୍ତା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀବାସୀଙ୍କୁ ଦର୍ଶନ କରିବେ । ଏହା ସହ ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କୁ ଦର୍ଶନ ଅନୁମତି ଦିଆଯାଇଛି । ତେବେ ସମସ୍ତ କୋଭିଡ ଗାଇଡଲାଇନକୁ ପାଳନ କରି ଭକ୍ତ ସକାଳ ସାତଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଅପରିପକ୍ଷରେ ଦୀର୍ଘ ଦିନର ବ୍ୟବଧାନ ପରେ ଶ୍ରୀ ମନ୍ଦିର ଭକ୍ତଙ୍କ ପାଇଁ ଖୋଲୁଛି । ଶ୍ରୀମନ୍ଦିର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏସଓପି ଅନୁଯାୟୀ ପୁରୀ ସହରବାସୀ ନିଜର ଆଧାରକାର୍ଡ କିମ୍ବା ଭୋଟ ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କିନ୍ତୁ ୨୩ ତାରିଖଠାରୁ ଆରମ୍ଭ ହେଉଥିବା ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ୯୬ ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ଦୁଇଟି ଡୋଜ ଟିକା ନେଇଥିବାର ପ୍ରମାଣ ପତ୍ର ଦେଖାଇ ଭକ୍ତ ଦର୍ଶନ କରିପାରିବେ । ପୂର୍ବରୁ ଥିବା ଏସଓପିର ସମସ୍ତ ନିୟମାବଳୀକୁ ଅନୁକରଣ କରାଯିବ।

ଭକ୍ତମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ । ମହାପ୍ରସାଦ ବାହାରକୁ ନେଇ ସେବନ କରିପାରିବେ । ଭକ୍ତଙ୍କୁ ଯାଞ୍ଚ କରିବା ପାଇଁ କିଓସ୍କୋ ବ୍ୟବସ୍ଥା କରାଯାଇ ଶ୍ରୀମନ୍ଦିରକୁ ପ୍ରବେଶର ସୁଯୋଗ ଦିଆଯିବ । ଭକ୍ତମାନେ ସିଂହ ଦ୍ୱାରରେ ପ୍ରବେଶ କରିବେ ଏବଂ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ସୂଚନା ମିଳିଛି । ମହାମାରୀ କରୋନାର ଦ୍ୱିତୀୟ ଲୋହର ପାଇଁ ଶ୍ରୀ ମନ୍ଦିରକୁ ବନ୍ଦ କରାଯାଇଥିଲା । ରାଜ୍ୟରେ କରୋନା ସ୍ଥିତି ଆୟତ୍ତ୍ୱ ହେବା ପରେ ଧିରେ ଧିରେ ରାଜ୍ୟରେ ଥିବା ସମସ୍ତ ମନ୍ଦିରକୁ ଖୋଲାଯାଉଛି । ଏପରିକି ଚଳିତ ବର୍ଷ ବିନା ଭକ୍ତରେ ସମସ୍ତ କରୋନା କଟକଣାକୁ ମାନି ରଥଟଣା ହୋଇଥିଲା । ତେବେ ବହୁ ପ୍ରତିକ୍ଷାର ଅନ୍ତ ଘଟି ଆସନ୍ତା ୧୬ ତାରିଖରେ ଶ୍ରୀ ମନ୍ଦିର ଭକ୍ତମାନଙ୍କ ପାଇଁ ଖୋଲୁଛି । ପ୍ରଥମ ୫ ଦିନ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ । ଦର୍ଶନ ସମୟରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରାଯିବ ।