ବିଜେପି ନିର୍ବାଚନ ଜିତିବା ପରେ ଉତ୍ସବ ମନାଉଥିବାରୁ ଜଣେ ବିଜେପି ସମର୍ଥକଙ୍କୁ ପିଟିପିଟି ମାରିଦେଲେ ପଡ଼ୋଶୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି ନିର୍ବାଚନ ଜିତିବା ପରେ ଉତ୍ସବ ମନାଉଥିବାରୁ ଜଣେ ବିଜେପି ସମର୍ଥକଙ୍କୁ ପିଟିପିଟି ମାରିଦେଲେ ପଡ଼ୋଶୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାର । ପୁଲିସ୍ ଏହି ଘଟଣାର ତଦନ୍ତ କରି ଏବେ ସୁଦ୍ଧା ୨ ଜଣଙ୍କୁ ଗିରଫ କରିସାରିଛି। ସେପଟେ ମୃତ ଯୁବକ ଜଣକ ହେଉଛନ୍ତି ବାବର ଅଲ୍ଲୀ। ସେ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ପ୍ରଚାର କରୁଥିବା ବେଳେ ନିର୍ବାଚନରେ ବିଜେପି ଜିତିବା ପରେ ପ୍ରଚାର କରି ବିଜୟ ଉତ୍ସବ ମନାଉଥିଲେ। ଏହାକୁ ହାରି ଯାଇଥିବା ଦଳର କିଛି ପଡ଼ୋଶୀ ସହ୍ୟ ନକରିପାରି ମାର୍ଚ ୨୦ ତାରିଖରେ ତାଙ୍କୁ ଆକ୍ରମଣ କରିଥିଲେ। ତା’ପରେ ବାବରଙ୍କ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ ନେଇ ତାଙ୍କର ଚିକିତ୍ସା କରାଉଥିଲେ। ଲକ୍ଷ୍ନୌରେ ଚିକିତ୍ସିତ ଅବସ୍ଥାରେ ବାବରଙ୍କର ମୃତ୍ୟୁ ଘଟିଛି।

ତାଙ୍କ ମୃତଶରୀର ରବିବାର ଦିନ ନିଜ ଘରେ ପହଞ୍ଚିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନକରିବା ପର୍ୟ୍ୟନ୍ତ ବାବରଙ୍କ ଅନ୍ତିମ ସତ୍କାର ନକରିବାକୁ ତାଙ୍କ ଘର ଲୋକ ଯିଦି ଧରି ବସିଥିଲେ।ତେବେ ସ୍ଥାନୀୟ ବିଧାୟକ ପିଏନ୍ ପଟ୍ଟନାୟକ ଏବଂ ଅନ୍ୟ କିଛି ଅଧିକାରୀ ବାବରଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ବହୁ ବୁଝାସୁଝା ପରେ ପରିବାର ଲୋକ ଅନ୍ତିମ ସତ୍କାର ପାଇଁ ରାଜି ହୋଇଥିବା ଜାଣିବାକୁ ମିଳିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts