ମେକ୍ସିକୋରେ ୧୯ଜଣଙ୍କୁ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମେକ୍ସିକୋରେ ୧୯ଜଣଙ୍କୁ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣା ବିଷୟରେ ଷ୍ଟେଟ ଆଟର୍ଣ୍ଣି ଜେନେରାଲ ଅଫିସ ସୂଚନା ଦେଇଥିବା ବେଳେ ଏକା ସାଙ୍ଗରେ ୧୯ଜଣଙ୍କୁ ହତ୍ୟା କରାଯିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ସେପଟେ ମାଇକୋଚାନ୍ ରାଜ୍ୟରେ ଥିବା ଲାସ୍ ଟିନାଜାସ୍ ସହରରେ ଆୟୋଜିତ ହୋଇଥିବା ଏକ ଉତ୍ସବରେ ଏହି ଘଟଣା ଘଟିଛି। ଘଟଣା ଘଟିବା ପରେ ରାତି ପ୍ରାୟ ୧୦ଟା ୩୦ରେ ଏ ନେଇ ସୂଚନା ପାଇ ପୁଲିସ ତଦନ୍ତ ଲାଗି ପହଞ୍ଚିଥିଲା ବୋଲି ଜଣାପଡ଼ିଛି।

ପହଞ୍ଚିବା ପରେ ୧୯ଜଣଙ୍କ ମୃତଦେହ ତଳେ ପଡ଼ିଥିବାର ଦେଖିବା ସହ ସେମାନଙ୍କ ଦେହରେ ଗୁଳି ବାଜିଥିବା ଦେଖାଯାଇଥିଲା। ୧୯ଜଣଙ୍କ ମଧ୍ୟରୁ ୧୬ଜଣ ପୁରୁଷ ଥିବା ବେଳେ ୩ଜଣ ମହିଳା ରହିଛନ୍ତି। ଏକାଧିକ ଲୋକ ଏହି ଆକ୍ରମଣରେ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନା ପଠାଯାଇଛି। ତେବେ କିଏ ଏବଂ କ’ଣ ପାଇଁ ଏଭଳି ନିର୍ମମ ଭାବେ ୧୯ଜଣଙ୍କୁ ହତ୍ୟା କଲା, ଏହାର କାରଣ ସାମ୍ନାକୁ ଆସିପାରିନାହିଁ।

Related Posts